STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ବିଜୟ ଧ୍ବଜାର ତଳେ

ବିଜୟ ଧ୍ବଜାର ତଳେ

1 min
13.7K


ମୁକ୍ତାକାଶ କୋଳେ ଲହରେ ତ୍ରିରଙ୍ଗା

ବଖାଣି ଗୌରବ ଗାଥା

ସ୍ଵାଧିନ ଭାରତ ବିଜୟ ଧ୍ୱଜା'ଏ

ଚରଣେ ନୂଆଁଅ ମଥା....


ହଜିଛି ଗୌରବ ଲୁଚିଛି ବୈଭବ

ଶାସକ ଆଜି ଶୋଷକ

ଅମୂଲ୍ୟ ରକତ ଢ଼ାଳୁଛି ସୈନିକ

ବିଷ ଆଦରେ କୃଷକ....


ସ୍ବାର୍ଥକୁ ଆଦରି ସ୍ବାଭିମାନ ବନ୍ଧା

ଜନନୀ ସମ୍ମାନ ବିକି

ଜନନୀ ବି ଏଠି ନିର୍ଦ୍ଦୟ ସାଜିଛି

ସନ୍ତାନକୁ ତାର ଫିଙ୍ଗି....


ଆଦର୍ଶବାଣୀକୁ ଧିକ୍କାରୁଛି ମନ

ଚାଲୁଛି ଅନୀତି ତାଳେ

ମାନ ସନମାନ ବିକିରି ଚାଲିଛି

ଅର୍ଥ ଖର୍ଚ୍ଚ ଆଢୁଆଳେ....


ମାତୃଭାଷା ଭୁଲି ବିଦେଶୀ ଭାଷାରେ

ଶିକ୍ଷା ପଦ୍ଧତି ତିଆରି

ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି

ଯୁବକ ଏଠି ବେକାରୀ.....


ଭାଷଣ ବାଜିରେ ସରିଲା ଦିବସ

ତୁଛା ମିଛ ଆସ୍ଫାଳନ

ଛାତ୍ରଛାତ୍ରୀ ଗଣ ମଞ୍ଚରେ ଗାଇଲେ

ଘୋଷା "ଜନ ଗଣ ମନ"....


କନ୍ୟା ରତନକୁ ଚିହ୍ନନ୍ତିନି ଜନେ

ବୃଦ୍ଧ-ବୃଦ୍ଧା ହୀନିମାନ

ଅନ୍ୟାୟ ଅନୀତି ସୀମା ଟପିଲାଣି

ସହା ହୁଅ ଜନାର୍ଦ୍ଦନ....


ସ୍ବରାଜ ସପନ ଉଭେଇ ଯାଇଛି

ନାହିଁ ଆଉ ଭାତୃଭାବ

ଉତ୍ଥାନ ଆଳରେ ଶାସକ ଗଢ଼ିଛି

ଜାତିଆଣ ଭେଦଭାବ....


ସାହାସ ଶକତି ଦିଅ ମହାବାହୁ

ଦିଅଏକ ମହାପୁରୁଷ

ଉଜୁଡା ଦେଶକୁ ସଜାଡି ପାରିବ

ସମ୍ପର୍କର ହୋଇ ଦାସ....

ଆସନ୍ତା ଦିବସେ ମୋଦେଶ ଜନତା

ବିଜୟ ଧ୍ବଜାର ତଳେ

ଜାତିବାଦ ଛାଡ଼ି ସରବେ ହସନ୍ତୁ

ଭାରତ ମାତାର କୋଳେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational