Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Inspirational

3  

Gouri Panda

Inspirational

ବିଜୁଳିବତୀ

ବିଜୁଳିବତୀ

1 min
213



ଏ ସାରା ସଂସାର ଆଲୋକିତ ହୁଏ 

ବିଜୁଳିବତୀର ତାଳେ। 

ସେଇ ନ ରହିଲେ ଅନ୍ଧକାର ହୁଏ 

ରାତି ରେ ପଥ ନ ମିଳେ। ୧

ବିଜୁଳିବତୀର ପ୍ରୟୋଗ, ପ୍ରମାଣ 

ଦେଖୁଛି ମାନବ ଜାତି। 

ପ୍ରତି ପାଦେ, ପାଦେ ଆବଶ୍ୟକ ତାର 

ନ ମିଳିଲେ ହୁଏ କ୍ଷତି। ୨

କେତେ ଯେ କମ୍ପାନୀ, ରେଳର ଇଞ୍ଜିନ 

ଚାଲିଛି ବିଜୁଳି ସାଥେ। 

କମ୍ପ୍ୟୁଟର କୁହ ,ମୋବାଇଲ ମୁହଁ 

ପଥିକ ବିଜୁଳି ପଥେ। ୩

ଟିକିଏ ବିଜୁଳି ନ ରହିଲେ ଜଳି 

ଘର ସାରା ଅନ୍ଧକାର। 

କେଉଁଠି, କେଉଁଟା ମିଳେ ନାହିଁ ପତ୍ତା 

ଖୋଜିବୁଲୁ ସାରା ଘର। ୪

ଲୁଗାସଫା ଠାରୁ ,ବିରି ବଟା ଯାଏଁ 

ବିଜୁଳି କରେ କମାଲ। 

ବିଜ୍ଞାନ ଯୁଗର ବୈଜ୍ଞାନିକ ପାଇଁ 

ଅଟେ ସେ ଅମୃତ ତୁଲ୍ୟ। ୫

ଅଭ୍ୟାସ ହେଲାଣି ସବୁ ଚଳିଲେଣି

ବିଜୁଳି ଆଲୁଏ ଆଜି। 

ଆଲୁଅ ନ ଥିଲେ, ଅନ୍ଧକାର ଘୋଟେ

ହାର, ଜିତ ହୁଏ ବାଜି। ୬

ଧନ୍ୟ ତୁ ବିଜୁଳି ଜୀବନ ଟା ଜାଳି 

ଜନମିଲୁ ଏହି ମହୀ। 

ଆଜି ତୋର ବିନା ପଶୁଛି ଛାନିଆ 

ବଞ୍ଚିପାରିବେନି କେହି। ୭

ଆଉ କେତେ ଦିନ ତ ଯାଦୁ ଚାଲିବ 

ଏ ଦୁନିଆ ଚାଲୁଥିବ। 

ତୋର ଅବସାନ ପୂରୁବ ସ୍ଥିତିକୁ 

କାଳଚକ୍ର ଫେରିଯିବ। ୮



Rate this content
Log in

Similar oriya poem from Inspirational