STORYMIRROR

Chittaranjan Parida

Inspirational

4  

Chittaranjan Parida

Inspirational

ବିଜ୍ଞାନ ପାଗଳ

ବିଜ୍ଞାନ ପାଗଳ

1 min
176

 ବିଜ୍ଞାନର ଉର୍ଦ୍ଧଗତି

 ପ୍ରକୃତିର ଅଧୋଗତି

    ବିଦୀର୍ଣ୍ଣ ପୃଥିବୀ

    ଜଡ଼ତା ଥୂର୍ତ୍ତ 

 ପରାଜିତ ଆକାଶ

 ବନାନୀ ବୀଧ୍ଵସ୍ତ ।

 ଧାଡ଼ି ଧାଡ଼ି ଛତୁପରି କାରଖାନା ଓ ଯାନ

 ନିନାଦିତ ଗମ୍ୟଠାରୁ ଅଗମ୍ୟ ଯାଏ,

 ସବୁଜପତ୍ର

 ବହଳେ କଳାଧୂସର ରଙ୍ଗମାଖି

 ଯୌବନକୁ ଢାଙ୍କିଛି,

 ନିର୍ମଳ ପବନ ପେଟ ଜଳୁଛି

 ବିଷାକ୍ତ କଣିକା ଖାଇ

 ଘଷାକାଚପାଖେ ମଳିନ ପଡିଛି

 କାଚକେନ୍ଦୁ ପାଣି

 ପଥରର ଛାତି ଆଁ

 ବରଫ ଗଳୁଛି

 ପୟୋଧର ଗରଳ ପିଉଛି

 କୂଳ ଲଙ୍ଘୁଛି ଫଡିଆ ଟେକି ।

 ଚକୋରୀର ଅପଲକ ଦୃଷ୍ଟି

 ପ୍ରତୀକ୍ଷା ଆଷାଢ଼ ଓ ଶ୍ରାବଣକୁ

 ଋତୁଚକ୍ର ନିୟମ ମାନୁନି ,

ସବୁକିଛି ହେଲାଣି ବିଷାକ୍ତ

 ବିଶ୍ଵତାପନର ପ୍ରଭାବ

      ବିଶ୍ଵକୁ ଆଜି କରେ କବଳିତ ।

ପ୍ରେମୀଯୁଗଳ, ବର୍ଷା ପାଇଁ ମ୍ରିୟମାଣ

ନବଦମ୍ପତି, ଶୀତର ପରଶ ପାଇଁ ପାଗଳ

କୁଆଁରୀଟି ଫଗୁଣର ଫଗୁଆ ପାଇଁ ଆକୁଳ

     ସବୁ ଆସୁଛି, ଯାଉଛି

      କିନ୍ତୁ ବ୍ୟୁତ୍-କ୍ରମ ।

 ସ୍ଵରକ୍ଷା, ପ୍ରତିରକ୍ଷା ପାଇଁ

 ଗ୍ରେନେଡ଼ ଠାରୁ ପରମାଣୁ ବୋମା

 ରାଇଫଲରୁ ମିଶାଇଲ ପର୍ଯ୍ୟନ୍ତ

 ଯନ୍ତ୍ର ଚାଳିତ କାହିଁ କେତେ ଶସ୍ତ୍ର

 ହେଲେବି ମଣିଷ ସନ୍ତ୍ରାସ ।

 କ୍ଷୂର୍ଣ୍ଣ ଆଜି ମାନବ-ବାଦ୍

 ମୁଣ୍ଡ ଟେକିଛି ସନ୍ତ୍ରାସବାଦ୍

     ବିଶ୍ଵେ ଆତଙ୍କ

 ଏତେ ପରେବି "ମଣିଷ"

    ବିଜ୍ଞାନ ପାଗଳ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational