Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Tragedy

3  

Durjyodhan Barik

Tragedy

ବିଜନତା

ବିଜନତା

1 min
256



କେଉଁଠୁ ଆସିଲା ଏହି କରୋନାଟି

ସେତ ପୂରା ବେଇମାନ,

ତାଣ୍ଡବ ରଚୁଛି ବିଶ୍ୱକୁ ମାଡ଼ୁଛି

କରୁଅଛି ଶୂନଶାନ୍ ।

ଯେଉଁ ଠାରେ ଥିଲା ଭିଡେ ପରିପୂର୍ଣ୍ଣ

ଲାଗେ ଆଜି ଶୂନ୍ୟ ସ୍ଥାନ,

ଧର୍ମସ୍ଥାନ ମାନ ଭକ୍ତ ଶୂନ୍ୟ ରହେ

ଈଶ୍ୱର ବି ଶୂନଶାନ୍ ।


ଭକ୍ତ ହୀନ ହୋଇ ମନ୍ଦିର ରେ ପ୍ରଭୁ

କେମିତି କାଟନ୍ତି ଦିନ,

ଭକ୍ତ ବତ୍ସଳ ସେ କାଳିଆ ଠାକୁର

ଭକ୍ତ ବିନା ହୀନିମାନ ।

କାନ୍ଦି ବୋବାଳିଲେ ଲାଭ ନାହିଁ କିଛି

ଦୁନିଆ ତ ବେଇମାନ,

ହସିବା କାନ୍ଦିବା ସବୁ ତ ସମାନ

ନାଚ କରେ ସଇତାନ ।


ପ୍ରକୃତିରେ ଆଜି ବିପତ୍ତି ଆସିଛି 

ଶୂନ୍ୟ କାଳ ଆଗମନ,

ପ୍ରଭୁ ଇଚ୍ଛା କଲେ ବିଜନତା କଟି

ବିଶ୍ଵ ହେବ ପରିପୂର୍ଣ୍ଣ ।


 


Rate this content
Log in