STORYMIRROR

Minakshi Samal

Romance

3  

Minakshi Samal

Romance

ବିଜନ ବେଳା

ବିଜନ ବେଳା

1 min
270

ବର୍ଷଣ ମୁଖର ଏ ବେଳାରେ

ମନେପଡ ଖୁବ୍ ମନେପଡ ତୁମେ.......

ଗୁମସୁମ୍ ଖରାବେଳେ

ବୃଷ୍ଟିର ଝଙ୍କାର ର ପ୍ରତିଧ୍ବନି

ପତ୍ର ମାନଙ୍କରେ ଟପଟପ୍

ଶବ୍ଦ କରି ପଡୁଥିବା ବର୍ଷା ବିନ୍ଦୁସବୁ,

ଝରକାର ଫାଙ୍କ ଦେଇ ଧସି ହୋଇ

ପଶି ଆସୁଥିବା ବର୍ଷା ବିନ୍ଦୁର ଛିଟା ସବୁ,

ଦେହେ ମନେ ଭରିଦିଅନ୍ତି ଶିହରଣ

ଛଟପଟ କରେ ବିରହୀ ଆତ୍ମା

ଝରକାରେ ଆଖି ଦୁଇ ଖୋଜି ବୁଲୁଥାନ୍ତି

ବିସ୍ମୟ...... ଅପ୍ରତ୍ୟାଶିତ ଏକ ବିସ୍ମୟ.......

ଅତର୍କିତ ଭାବେ ତୁମର ଆଗମନ

ବିନା କିଛି ଖବରରେ

ବିନା କିଛି ଶବଦରେ ଗୃହର

ଫାଟକ ଖୋଲି ପ୍ରବେଶ ପରେ

ମୁଖ୍ୟ ଦରଜାରେ କଲିଙ୍ଗବେଲ୍ ଟିପି ଲୁଚିଯାଇ

ମତେ ବିସ୍ମିତ କରିବାର ଚେଷ୍ଟା

କି'ହୋଲ୍ ରେ କାହାକୁ ନପାଇ

ଦରଜା ଖୋଲି କାହାକୁ ନଦେଖି

ଶଙ୍କା ଓ ବିରକ୍ତି ମିଶ୍ରିତ ମୁଖଭଙ୍ଗୀ ନେଇ

ହତାଶା ରେ ମୁହଁ ବୁଲାଇ ଦରଜା ବନ୍ଦ କରିବାକୁ

ଯାଉଯାଉ ଅଚାନକ ତୁମର ଆବିର୍ଭାବ ଦେଖି

ଆଖି କୁ ବିଶ୍ବାସ ହୁଏନା,ନିଜକୁ ଚିମୁଟି ଦିଏ

ସତ୍ୟ ବା ସପନ ଜାଣିବା ପାଇଁ,

ତୁମର ବାହୁବନ୍ଧନର ଫାଶରେ ବନ୍ଦୀ ହୋଇ

ସ୍ବଗତୋକ୍ତି କରୁଥାଏ ମୁଁ,

"ତୁମେ ବି ବର୍ଷାର ବିଜନ ବେଳାରେ ମତେ ଖୋଜିଥାଅ ପ୍ରିୟ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance