STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

1 min
317

,       ବୀର ସୁରେନ୍ଦ୍ର ସାଏ

ମାଏଟ୍ ପାଏନ୍ ଲାଗି ଜୀବନ ଦେମା 

ଓଡିଶାର ବୀର କିଏ କହେମା

ନେତାଜୀଙ୍କ ସାଥେ ଜନମ ତାଙ୍କ 

ସମଲପୁରିଆ ଖିଣ୍ଡା ର ଟେକ

୧୮୦୯ ତେଇଶି ଜାନୁଆରି 

ବିଦେଶୀ ଶାସକେ ପଡିଲା ଭାରି

ଈଷ୍ଟ ଇଣ୍ଡିଆର କମ୍ପାନୀ ଚାଲ୍ 

ଦଖଲ କରିବେ ଓଡିଶା ହାଲ୍

ଆଦିବାସୀ ନେତା କରିଲେ ମେଳି

ମାଧୋ ହାତୀ ସିଂ ସହିତ ମିଳି

ପଶ୍ଚିମ ଓଡିଶା ପଶି ନପାରି 

କଳେ ବଳେ ଦେଲେ ଜିଅଲ ଭରି

ଆଣ୍ଡାମାନ ସେଲ୍ୟୁଲାର କଷଣ

କଳା ପାଣି ଗଲା ଶେଷ ଜୀବନ

ସୁରେନ୍ଦ୍ରଙ୍କୁ ନେଲେ ଆସିଫ ଗଡ 

ଅଲଗା ରହିବେ ନେତା ସେ ବଡ

ଅଠର ଶହ ଚୌରାଶି ମେ ତେଇଶି

ସାଏଙ୍କୁ ସରଗୁ ଡାକରା ଆସି

ମଧୁକର ସାଏ ପିତୃତ୍ବ ଲଭି 

ଧନ୍ୟ ଯେଣୁ ପୁତ୍ର ବୀରତ୍ବ ରବି

ବୀରତ୍ଵ ବ୍ୟଂଜକ ଆଜିର ଦିନ

ଜନ୍ମ ଦିନ ଦୁଇ ନେତା ମହାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract