STORYMIRROR

Renuka Samal

Inspirational

3  

Renuka Samal

Inspirational

ବିଘ୍ନ ବିନାଶକ

ବିଘ୍ନ ବିନାଶକ

1 min
21

ହେ ବିଘ୍ନବିନାଶକ 

ବିଘ୍ନ ବିନାଶ

ତୁମରି ଆଶିଷେ

କରୋନାର କରାଳ ପ୍ରକୋପ

ହୋଇଯାଉ ନାଶ ।

ବିଶ୍ୱ ଆଜି ତ୍ରସ୍ତ ଏଠି

ସାରା ସଂସାର 

ଏବେ ବେକାର,

ଧନ ଏବେ 

ଧରିନପାରେ ଜୀବନକୁ,

ଛାଡିଯାଏ ଅଚାନକ

ଜଞ୍ଜାଳ ଜଙ୍ଗଲୁ,

ଶରଣାଗତଙ୍କୁ ଦିଅ ବାରେ

ଜୀବନକୁ ଜାବୁଡ଼ି ଧରି,

ଆଞ୍ଜୁଳା ଆଞ୍ଜୁଳା 

ସ୍ୱପ୍ନ ଦେଖିବାକୁ।

କୋଟି ସୂର୍ଯ୍ୟଠୁ ଶକ୍ତିଶାଳୀ

ସେ ଶକ୍ତିର ଆଉ କେଉଁ ପ୍ରୟୋଜନ

 ଉତ୍ତାରି ଦିଅ ବାରେ

ସମଗ୍ର ସଂସାରେ,

ଛାଇଯାଉ

ସୁଖ ଶାନ୍ତି ଯେତେ

ବାସି ଉଠି ପୁଲକିତ କରୁ,

 ଗହ ଗହ ନାଦେ 

ନିନାଦିତ ହେଉ 

ତୁମ ନାମ ।

ହେ ଅଗ୍ରପୂଜ୍ୟ ଲମ୍ବୋଦର

କରୋନା ଦୁଃସମୟେ 

ନକର ନିରାଶ

ତୁମ ପାଦ ପଦ୍ମେ ଢାଳେ

ପ୍ରଣତି ଅଶେଷ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational