STORYMIRROR

Anita Dash

Abstract Inspirational Others

3  

Anita Dash

Abstract Inspirational Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
192


ବିଦ୍ୟା ଆହରଣେ ସ୍ଥାନ-କାଳ-ପାତ୍ର

ଭେଦରୁ ଉର୍ଦ୍ଧ୍ବକୁ ଉଠି,

ନୀତି-ଅନୀତିର ବିଭେଦକୁ ବୁଝି

ଅଗ୍ରସର ସୁବିଦ୍ୟାର୍ଥୀ ।


ଅନଳ, ଅନୀଳ, ଉଦକ, ଯେପରି

ସ୍ବଧର୍ମ ଛାଡ଼ନ୍ତି ନାହିଁ ,

ଅସଲ ବିଦ୍ୟାର୍ଥୀ ଜ୍ଞାନ ଅନ୍ଵେଷଣେ

ଆଜୀବନ ଥାଏ ରହି।


ଅଧ୍ୟବସାୟରେ ପର ଉପକାର ,

ମିତବ୍ୟୟିତାକୁ ଗୁନ୍ଥି ,

ଦେଶ ମାତୃତ୍ୱର ଋଣ ସୁଝିବାରେ

ଜୀବନକୁ କରେ ବ୍ରତୀ।


ସଦଜ୍ଞାନ, ସତ୍ ଚରିତ୍ର,ଶୃଙ୍ଖଳା

ଆଦର୍ଶବାଦକୁ ନେଇ,

ସାର୍ଥକ କରିବା ମଣିଷ ଜନମ

ସଚ୍ଚା ବିଦ୍ୟାର୍ଥୀଟେ ହୋଇ।



Rate this content
Log in

Similar oriya poem from Abstract