STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ବିଦ୍ୟାଳୟ ସାଙ୍ଗ ବେଞ୍ଚ୍

ବିଦ୍ୟାଳୟ ସାଙ୍ଗ ବେଞ୍ଚ୍

1 min
2.8K


ଶିକ୍ଷା ପ୍ରାପ୍ତ ପାଇଁ ବିଦ୍ୟାଳୟ ଚାଲ

ପିତା ମାତା କହୁଥାନ୍ତି,

ଗୁରୁଜନ ମାନେ ପ୍ରେରଣା ଦିଅନ୍ତି

ଉତ୍ସାହ ମନେ ବଢାନ୍ତି ।୧।


ଯିଏ ଯେତେ ଯାହା ଶିକ୍ଷା ଦେଉ ପଛେ

ବିଦ୍ୟାଳୟ ଶିକ୍ଷା ଶ୍ରେଷ୍ଠ,

ଗୁରୁଜୀ ଗୁରୁମା ଆଦରେ ବୁଝାନ୍ତି

ଗୋଟି ଗୋଟି ସବୁ ପାଠ ।୨।


ସାଙ୍ଗ ସାଥୀ ସହ ମିଶି ଗଲା ପରେ

ପରିଚୟ ଧୀରେ ଗଢେ,

ଗୋଟିଏ ମାଆର ସନ୍ତାନ ପରିକା

ସଂପର୍କ ଦିନକୁ ବଢେ ।୩।


ଭେଦଭାବ ଜମା କେବେ ଆସେ ନାହିଁ

ସାଙ୍ଗର ମନ ଭିତରେ,

ସ୍ନେହ ଓ ପ୍ରେମର ଆଦାନେ ପ୍ରଦାନେ

ସମୟ ଗଡି ଯାଏରେ ।୪।


ଗୋଟିଏ ବେଞ୍ଚ୍ ର ପୁଅ ଝିଅ ମିଶି

ଏକ କକ୍ଷେ ପଢା ଯାଏ,

ଆଗ ଧାଡିଟିରେ ବସିବାକୁ ନିତି

ଜ୍ଞାନର ଲଢେଇ ହୁଏ ।୫।


ବିଦ୍ୟାଳୟ ସାଙ୍ଗ ନିଜ ବେଞ୍ଚ୍ ସାଥୀ

ଗୁରୁଜୀ ଗୁରୁମା କଥା,

ଭୁଲି ହୁଏ ନାହିଁ ସ୍ମୃତି ପରି ରହେ

ହୃଦୟେ ହୋଇ ସାଇତା ।୬।



Rate this content
Log in

Similar oriya poem from Abstract