STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ବିଧବା ବି ମଣିଷ

ବିଧବା ବି ମଣିଷ

1 min
13.4K


ବିଧବା ହେଲେ ବି ମଣିଷ

ଆମ ସମାଜରେ କେମିତି ଏ ନୀତି   

          ବଞ୍ଚି ଥାଉ ଥାଉ ମାରିଦେଉଛି

ସ୍ୱାମୀ ମରିଗଲେ ଅଭାଗିନୀ ସ୍ତ୍ରୀ

         ଆମ ସମାଜରେ ଘୃଣ୍ୟ ହେଉଛି,

ଧଳା ଶାଢ଼ୀ ପିନ୍ଧି ଏଇ ସମାଜରରେ

          ବିଧବା ଜୀବନ ନିତିକାଟୁଛି

ମୁଖ ସୋଭିବନି ଚୁଡି ପିନ୍ଧିବନି

         ଦୁଃଖରେ ଦୁଃଖରେଦିନ କାଟୁଛି,

ଏକାଦଶୀ ପାଳି ଉପବାସ କରି

        ଏକାନ୍ତ ଜୀବନ କାଟିଥାଉଛି

ସୁଭକାମରେ ତାକୁ ଆସିବାକୁ ମନା

         ଭିତରେ ଭିତରେ କାନ୍ଦିଚଳୁଛି

କେତେ କେତେ ନୀତି ଉଭେଇ ଗଲାଣି

         ଏଇ ସମାଜ ସବୁ ଦେଖିଛି

ନାରୀଟିଏ ପାଇଁ ବିଧବା ନିୟମ

         ସମାଜ ତାକୁ ଭିଡ଼ି ଧରିଛି,

ଯେଉଁ ନାରୀ ଦିନେ ଘର ଲକ୍ଷ୍ମୀ ଥିଲା

         କେମିତି ଚଣ୍ଡାଲୁଣି ହୋଇଲା

ଅନ୍ଧ ବିଶ୍ୱାସରେ ବନ୍ଧାପକାଇ

        ସମାଜ ଚଣ୍ଡାଲୁଣି ତାକୁ କରିଲା,

ସ୍ତ୍ରୀ ଚାଲିଗଲେ ସ୍ୱାମୀ କି କଣ 

         ଚଣ୍ଡାଳ ଭଳିଆ ନିତି ଚଳୁଛି

କହି ପାରିବକି ଆହେ ମୋର ବନ୍ଧୁ

         ନାରୀ ପାଇଁ କଣ ନ୍ୟାୟ ହେଇଛି,

ସମାଜ ର ପାଇଁ ଦୁହେଁ ସମାନ

         ତେଣୁ ଏ ସମାଜ ବଞ୍ଚି ରହିଛି

ବିଧବା ହେଲେ ବି ସେ ମଣିଷ ଟିଏ

         ସମାଜ କି କେବେ ବୁଝିପାରୁଛି !


।।ନିରଞ୍ଜନ ସାହୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational