Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Children

3  

Pranati Mahapatra

Children

ବିଧାନଚନ୍ଦ୍ର

ବିଧାନଚନ୍ଦ୍ର

1 min
138


ମାତା ଅଘୋର କାମିନୀ ପିତା ପ୍ରକାଶ ଚନ୍ଦ୍ର

ପୁତ୍ର ଜନମିଲେ ବିଧାନ 

ଅଠରଶହ ବୟାଅସି ଜୁଲାଇ ଏକ ତାରିଖ

ଧରା ଛୁଇଁଲେ ଶୁଭ ଲଗ୍ନ 

ପାଟନା ହୋଇଥିଲା ଧନ୍ୟ

ପାଟନା କଲିଜିଏଟ୍ ସ୍କୁଲରୁ ହୋଇଥିଲେ

ଉଚ୍ଚଶିକ୍ଷା ଯେ ଉତ୍ତୀର୍ଣ୍ଣ ।


କଲିକତା ପ୍ରେସିଡେନ୍ସି ମହାବିଦ୍ୟାଳୟ

ଇଣ୍ଟରମିଡିଏଟ୍ ପୁଣି ପାଟନାର 

ମହାବିଦ୍ୟାଳୟ ଗଣିତ ସମ୍ମାନ ସହ

ସ୍ନାତକ ହାସଲ କଳାର 

ପୁଣି ଉଚ୍ଚଶିକ୍ଷା ନିମିତ୍ତ

ଉଭୟ ମହାବିଦ୍ୟାଳୟେ ଇଂଜିନିୟରିଂ ଓ

ଭେଷଜ ପାଠର ।



ଆବେଦନ ଗୃହୀତ ବିଧାନ ଆନନ୍ଦିତ

ଭେଷଜ ଯିବାକୁ ମନସ୍ଥ 

ଉଣେଇଶିଶହ ଏକ କଲିକତାକୁ ଗ୍ରସ୍ତ

ସେଠାରେ ଅଧ୍ୟୟନ ରତ 

କରିଥିଲା ତ ପ୍ରଭାବିତ

ଶିଳାଲେଖର ଧାଡ଼ି ସାରମର୍ମକୁ ବୁଝି

ସାରା ଜୀବନ ଅନୁପ୍ରାଣିତ ।



ଡାକ୍ତରୀରେ ସ୍ନାତକ ପ୍ରୋଭିନ୍ସିଆଲ ସ୍ୱାସ୍ଥ୍ୟ

ସେବା କ୍ଷେତ୍ରରେ ଦେଲେ ଯୋଗ 

ଅତ୍ୟନ୍ତ ନିଷ୍ଠା ପୁଣି କଠିନ ସେବା କରି

ଉତ୍ତମ ସ୍ୱାସ୍ଥ୍ୟ ସେବା ତ୍ୟାଗ 

ନର୍ସଙ୍କ ଭଳି ସେବା କଲେ

ଫୁରୁସତ ମିଳିଲେ ଆଠଟଙ୍କା ଫିସରେ

ଡାକ୍ତରୀ ସେବା କରୁଥିଲେ ।



ବାରଶତ ମୁଦ୍ରା ଯୋଗାଡ଼ ବାର୍ଥୋଲୋମିଭ ଯାଇ

ଉଚ୍ଚଶିକ୍ଷା ନିମିତ୍ତ ଆଗଭର 

ଶିକ୍ଷାୟତ ଡିନଙ୍କୁ କରିଣ ଆବେଦନ

ପତ୍ର ଦାଖଲ ଆନନ୍ଦର  

ପରିଚୟ ହୀନ ଅନାମଧ୍ୟେୟ

ଆବେଦନ ଖାରଜ ବାରମ୍ବାର କରିବି

ଜୟଲାଭ ବିଧାନଙ୍କର ।



ପ୍ରଖର ଧୀଶକ୍ତି ଓ ଗଭୀର ଅଧ୍ୟବସାୟ

ଫଳରେ ଦୁଇଟି ଡିଗ୍ରୀ ହାସଲ 

ଫେରିଣ କଲିକତା କଲେ ସେ ଶିକ୍ଷକତା

କାର୍ମିକାଏଲ୍ ଓ କ୍ୟାମ୍ପିବେଲ୍ 

ନିଷ୍ଠାରେ ଶିକ୍ଷାଦାନ ଦେଲେ

ମାତ୍ର ଦୁଇ ବର୍ଷ ତିନି ମାସରେ କଠିନ

ପରିଶ୍ରମ ଫଳ ପାଇଲେ ।



ଶାରୀରିକ ଓ ମାନସିକ ଭାବେ ଭାରତ

ସଶକ୍ତ ହେଲେ ହେଁ ସ୍ୱରାଜ 

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ମଧ୍ୟେ ଦେଶର ସେବା 

କରିଥିଲେ ହୋଇ ଜାଗ୍ରତ 

ବିଭିନ୍ନ ଡାକ୍ତରଖାନା ପ୍ରତିଷ୍ଠା ଜାଣ

ସାମାଜିକ କଟକଣା ପ୍ରଭାବରେ

ମହିଳା ହୋଇଥିଲେ ଅମଙ୍ଗ ।



Rate this content
Log in

Similar oriya poem from Children