STORYMIRROR

Satyanarayan Sahoo

Comedy

4  

Satyanarayan Sahoo

Comedy

ବିଡି ଭୋଗ

ବିଡି ଭୋଗ

1 min
360


ବିହାର ରାଜ୍ଯର କୈମୁର ଜିଲ୍ଲାର  

ଖୁଟିଆ ନାମ ସ୍ଥାନରେ 

ପର୍ବତ ଉପରେ ସ୍ଥିତ ଏକ ପୂତ 

ଦେବ ଆଳୟ କୋଳରେ  ॥୧

ମହାସାଧୁ ବାବା ଯେ ମୂଷରହବା

ପାଉଛନ୍ତି ନିତି ପୂଜା

ତାଙ୍କରି ପାଖରେ ନାନା ଦରବରେ 

ହେଉଣ ଥିଲେବି ପୂଜା ॥୨

କେବେ ହେଲେ ଭୋଗ ନ ଲାଗଇ ଜାଣ 

ମୁଆଁ ଭୁଜା ଖଜା ଗଜା

ଭକତେ ଗଞ୍ଜାଇ ଚିଲିମରେ ଖାଇ

କରନ୍ତି ବାବାଙ୍କୁ ପୂଜା ॥୩

ସେଇ ବାବା ଠାରେ ପ୍ରସାଦ ଭାବରେ

ଲାଗି ଥାଏ ବିଡି ଭୋଗ

ମାନସିକ ଧାରୀ ଭକ୍ତି ଭାବଧରି

ବାବାଙ୍କୁ କରି ସୁଆଗ ॥୪

ଗେଲ ଆଦରରେ ଆପଣାର କରେ

ବିଡି ପୁଡା ଭୋଗ ଦେଇ

ବର ଆଦାୟରେ ଥାନ୍ତି ନିରନ୍ତରେ

ଆପଣା ବାଞ୍ଛା ପୁରାଇ ॥୫

ବିଡି ଖିଆ ବାବା ମହାତ୍ମାଙ୍କ ଦେଖା

ଦରଶନ ଶେଷ ପରେ

ଅରପି ଥାଆନ୍ତି ଆପେବି ଖାଆନ୍ତି

ବିଡି କୁ ଭୋଗ ଭାବରେ ॥୬

କେନ୍ଦୁ ପତରକୁ ମୁଡା ଯାଇ ତାକୁ

ସୂତାରେ ଗୁଡାଇ ବାନ୍ଧି

ବନା ହୋଇ ଥାଏ ନିଆଁ ନାଗି ଥାଏ 

ଆହାକି ସୁନ୍ଦର ବିଡି ॥ ୭

ଛୋଟ ପିକା କହି ଲୋକେ ଥାନ୍ତି ପିଇ

ଯେବଣ ଖାଦ୍ଯ ଦ୍ରବ୍ଯ କୁ

ଭୋଗ ଭାବେ ଜନେ ଆନନ୍ଦିତ ନନେ

ଅର୍ପଣ କରନ୍ତି ତାକୁ ॥୮

ଶତାବ୍ଦୀ ଶତାବ୍ଦୀ ରହିଅଛି ବିଧି

ସେ ମନ୍ଦିରେ ଏହିପରି

ମାନସିକ ଧାରି ଭକ୍ତି ଭାବଭରି

ବାବାଙ୍କୁ ଦର୍ଶନ କରି ॥୯

ଯାହା ପାଖେ ବିଡି ନ ଥାଏ ସେ ପଡି

ବାବା ଙ୍କ ପାଖେ ଅଧିଆ

ବିଡି କଠା କିଣି ଖାଇବା କୁ ଟାଣି

ହୁଣ୍ତିରେ ଦିଏ ପଇସା ॥୧୦

କଠା କଠା ବିଡି ଜନେ ଥାନ୍ତି ପୁଡି

ବାବା ଙ୍କ ତୃପ୍ତି ବିଧାନେ

ପ୍ରତି ଦିନ ଭକ୍ତେ ଦ୍ଯନ୍ତି ବିଧିମତେ

ବାବାଙ୍କ ସେବା ସନ୍ମାନେ ॥୧୧

ନିଜ ମନଷ୍କାମ ପୁରାଇବା ସହ 

ଫେରି ଥାନ୍ତି ବର ଘେନି

ଆପଣା ର ଦୁଃଖ ଅଭାବ ସମସ୍ଯା

ବାବା ପାଖରେ ବଖାଣି ॥୧୨

ବାବା ମୂଷର୍ହବା ପ୍ରତ୍ଯକ୍ଷ ଦେବତା

ପର୍ବତ ଉପରେ ବିଜେ

କରି ଯାଚି ଦ୍ଯନ୍ତି ଯେ କରେ ଭକତି

ତାହାକୁ ଜାଣ ସେ ନିଜେ  ॥୧୩

ବର ଧନ ଜନ ଯଶ ଖ୍ଯାତି ମାନ

ଯାହାର ଯେପରି ଇଛା

ବାବାଙ୍କ ନିକଟେ ଯାଇ ଜଣାଇଲେ

କରନ୍ତି ବାବା ବ୍ଯବସ୍ଥା ॥୧୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy