STORYMIRROR

Gangotri Priyadarshini

Abstract Fantasy Inspirational

3  

Gangotri Priyadarshini

Abstract Fantasy Inspirational

ବିଦାୟ ବର୍ଷ

ବିଦାୟ ବର୍ଷ

1 min
180


କେତେ ସ୍ମୃତି ପୁଣି କେତେ ଅନୁଭୂତି

ଲେଖି ଦେଇଅଛ ସାରା ବରଷ

ଇତିହାସ ପୃଷ୍ଠାରେ ହୋଇବ ମଣ୍ଡିତ

ମେଲାଣି ଵେଳାରେ ବିଦାୟ ବର୍ଷ !!


ଅନ୍ତିମ ପ୍ରହର ଆସି ହେଲା ଉପସ୍ଥିତ

ଅନ୍ତରୁ ଭୁଲିବା ରୋଗ ଦୁଃଖ କ୍ଲେଶ

ମନୁଷ୍ୟ ଜୀବନ ସାର୍ଥକ କରିବା

ବାଣ୍ଟି ଦେବା ସର୍ବତ୍ର ସ୍ନେହ ଅଶେଷ !!


କ୍ଷଣ ଭଙ୍ଗୁର ଏ ଜୀବନ ଯାତ୍ରା

ବଞ୍ଚି ବଞ୍ଚାଇବା ସମାଜ ସର୍ବେ

କର୍ମ କରିଯିବା ସମୟ ସୁଅରେ

ଧନ୍ୟ ଏ ଜୀବନ କହିବା ଗର୍ବେ !!


ମହାମାରୀ ସାକ୍ଷୀ ରହିଲା ଏ ବିଶ୍ୱ

ଅତି ସନ୍ତର୍ପଣେ ଜୀବନ ରକ୍ଷା

ହିଂସା ଦ୍ୱେଷ ଭୁଲି ବଞ୍ଚିବାକୁ ହେବ

ଅନ୍ୟ ସେବାକୁ ମାନିବା ଜୀବନ ଦିକ୍ଷା !!


ବିଦାୟ ବର୍ଷ ର ସ୍ମୃତି ସାଇତିବା 

ମହା ଶିକ୍ଷା ନେଲେ ସମୟ ଧାରେ

ମାନବ ଜୀବନ ଶ୍ରେଷ୍ଠତା ଅକ୍ଷୁର୍ଣ୍ଣ

ଗାଥା ରହିଥିବ ଏହି ଧରା ଧାମରେ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract