STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବିଦାୟ ୨୦୧୯

ବିଦାୟ ୨୦୧୯

1 min
408

,ଉନେଇଶ ବିଶ କଥାରେ କୁହନ୍ତି ଦମଦାର ବର୍ଷ ଥିଲା

ପୁଲୱାମା କାଣ୍ଡ ଠାରୁ ନେଇ ସାଧାରଣ ନିର୍ବାଚନ ହେଲା

ତିନି ତଲାକର ଛାଟ ହଟିଗଲା ମହିଳା ପାଇଲେ ଶକ୍ତି

ଅଭିନନ୍ଦନ ବର୍ଦ୍ଧମାନ ପ୍ରମାଣିଲେ ତାଙ୍କ ଦେଶ ଭକ୍ତି

ଐତିହାସିକ ରାୟ ଦେଲେ ଉଚ୍ଚତମ ନ୍ୟାୟାଳୟ ଆମ

ରାମ ମନ୍ଦିର ବାବ୍ରି ମସଜିଦ ତହିଁ ଥିଲା ସର୍ବୋତ୍ତମ

ପାଂଚ ଅଗଷ୍ଟରେ ତିନିଶ ସତୁରି ଧାରା ହୋଇଲା ଉଛେଦ

ପାକିସ୍ତାନ ଆଉ ସମ୍ଭାଳି ନପାରି କଲା ସମ୍ପର୍କ ବିଛେଦ

କାଳିଆ ପୀଠାର କମାଲ୍ ଦେଖିଲା ଆମ ଓଡିଶା ରାଇଜ

ତଥାପି ଭୋଅଟ ବିଶ୍ୱ ଦେଖିଲା ବିରାରିତ ସେ ମଗଜ

ଐତିହ୍ୟ ପୀଠର ପଥ ପରିଷ୍କାର ପୁରୀ ହେଲା ଚକମକ 

ଲିଂଗରାଜ ପୀଠ ପଛେ କି ରହିବ ଭୁବନେଶ୍ବରର ଟେକ

ମେ ତିନିରେ ଫଣୀ ଫଣା ତୋଳି କଲା ଓଡିଶାକୁ ଗ୍ରାସ

ପ୍ରକୃତିର ନଗ୍ନ ତାଣ୍ଡବ ସତେ କି କରେ କୃର ଉପହାସ

ମହାରାଷ୍ଟ୍ରେ ମହା ରାଜନୀତି ପାଲା ଦେବେନ୍ଦ୍ର ଫଡନାବିଶ

ଅଗତ୍ୟା ଇସ୍ତଫା ଦେଲେ ଉଦ୍ଧବ ଠାକରେ ବନିଲେ ଈଶ

ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଲା ସିନା

ନିଆଁ ଲାଗିଗଲା ଭାରତ ଅଶାନ୍ତ ଛାତ୍ର ମାନେ ନାହିଁ ମନା

ସୀ.ଏ.ଏ. କାବ୍ କୁ ଏନ.ଆର୍.ଶି ଜଗଡ ରାଜ୍ୟଙ୍କ ରଣ ହୁଙ୍କାର

ଏନ.ଆର୍.ଶିକୁ ଲାଗୁ କରିବୁନି କେନ୍ଦ୍ର-ରାଜ୍ୟ ସମ୍ପର୍କର କାଳ

ଝାଡଖଣ୍ଡ ଦେଲା ଝଟକା ବିଜେପି ଖଟକା ପାଇ ଛାନିଆ 

ଆଗକୁ ଆସୁଛି ଦିଲ୍ଲୀ ବେଙ୍ଗଲ ଧରିବକି ଆଣ୍ଟି-ମାନିଆ

ଉଣେଇଶ ହେଲା ଐତିହାସିକ ଦେଖାଇ ତା ତାନମାନ 

କୋଡିଏ ଅଦେଖା ବନ୍ଧୁ ଆମର ସ୍ୱାଗତ ପାଇଁ ଉଛନ୍ନ

ବିଦାୟ ଦେଉଛୁ ଆମ ବଶ ନୁହେଁ ତୁମକୁ ପାରିବୁ ରୋକି

ଅଲିଭା ଦାଗଟା ଛାଡି ଯାଉଅଛ ପ୍ରିୟତମ ଭୁଲିବୁ କି  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract