STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବିଚ୍ଛିନ୍ନାଞ୍ଚଳ

ବିଚ୍ଛିନ୍ନାଞ୍ଚଳ

1 min
279

ଉତ୍କଳର ଭୂମି ବିଚ୍ଛିନ୍ନାଞ୍ଚଳଟି

    ଉତ୍କଳର ଥିଲା ମଉଡ଼ ମଣିଟି

ଦୁର୍ଦ୍ଦଶା ତାହାର ହେଲା କିପରିଟି

    ଝାଡ଼ଖଣ୍ଡ ରାଜ୍ଯେ ରହିଛି ଏବେଟି।


ସିଂଭୂମ ଥିଲାଟି ସିଂହ ପରାକ୍ରମ

    ଶୃଗାଳ ପରଟି ହୁଏ ହୀନିମାନ,

ସମୟର ଚକ୍ରେ ହେଲା ଟି ବିଚ୍ଛିନ୍ନ

    ଧ୍ୟାନ ନାହିଁ କାର ପରାଧୀନେ ଦିନ।


ଭାଷାର ଆଦର ନମିଳେ ଏଠାରେ

   ଓଡ଼ିଆ ସମ୍ମାନ ନାହିହିଁ କାହାରେ,

ମାତୃଭାଷା ଶିକ୍ଷା ନମିଳେ ଏଠାରେ

   କର୍ମକୁ ଆଦରି ଓଡ଼ିଆ ଏଠାରେ।


ଗୀତା ଯଜ୍ଞ ଭୂମି ସ୍ଥାପିତ ଏଠାରେ

    ବ୍ରହ୍ମଚାରୀ ବାବା କଲେ ଆଦରେ,

ଉତ୍କଳ ନିବାସୀ ବାବା ବ୍ରହ୍ମଚାରୀ

    ସେହୁ ବାସ୍ତବରେ ବାଲ୍ ବ୍ରହ୍ମଚାରୀ


ଜଗନ୍ନାଥ ଭୂମି ଏହୁ ସିଂଭୂମଟି

    ଜଗନ୍ନାଥେ ଭକ୍ତି ଗୁଞ୍ଜନ ନିତିଟି,

ଉତ୍କଳର ନୃତ୍ୟ ଛଉ ନୃତ୍ୟ ଏଠି

    ଗୁଞ୍ଜୁ ଅଛି ବିଶ୍ବେ ଗୌରବ ହିଁ ଏଠି।


ନଦୀ ଓ ପାହାଡ଼ ଭରି ଅଛି ଏଠି

   ସୌନ୍ଦର୍ଯ୍ୟରେ ତାର କିଏ ବା କେଉଁଠି,

ଖଡ଼ଖାଇ ନଦୀ ପ୍ରବାହିତ ଏଠି

   ସୁବର୍ଣ୍ଣରେଖା ପରି ନଦୀ ଯେଉଁଠି।


ଲୌହ ନଗରୀ ଟି ଏହୁ ସ୍ଥାନେ ସ୍ଥିତି

    ଟାଟାର ନାମରେ ପାଇ ଅଛି କ୍ଷାତି,

ଦେଶର ଗୌରବ ଜାମସେଦପୁର 

    ରାଷ୍ଟ୍ରର କାର୍ଯ୍ୟରେ ସଦା ଆଗଭର।


ଓଡ଼ିଆ ରାଜାର ରାଜ୍ୟ ଭୂମି ପରା

    ଓଡ଼ିଆ ଭାଷାଭାଷୀ ଏଠାର ପରା,

ରାଜାଙ୍କ ନାମରେ ହିଁ ଆଦିତ୍ୟପୁର

    ଶିଳ୍ପ କ୍ଷେତ୍ର ପରା ହୋଇଅଛି ତାର।


ଉତ୍କଳର ମଣି କହିଥିଲେ ପରା

    ସିଂଭୂମ ଉତ୍କଳ ମୁକୁଟ ଟି ପରା

କାହିଁ ସେ ଗୌରବ ନାହିହିଁ ଆଦର

    ମାତୃଭାଷା ଶିକ୍ଷା ପାଇଁ ସେ ଆତୁର।


ହୀନିମାନ ହୁଏ ରହି ଅନ୍ୟ ରାଜ୍ୟେ 

   ଓଡ଼ିଆ ସମ୍ମାନ ନାହିଁ ଏହୁ ରାଜ୍ୟେ,

ମାତୃଭାଷା ଶିକ୍ଷା ଶୂନ୍ୟ ହୋଇ ଅଛି

   ଉତ୍କଳର ଧ୍ୟାନ ଏଠି ନ ପଡୁଛି।


ଜଗନ୍ନାଥ ଧ୍ୟାନ କେବେ ବା ପଡ଼ିବ

   ଓଡ଼ିଆ ସମ୍ମାନଟି ପୁଣି ଫେରିବ,

ଚକାନୟନେ ସେ କେବେ ଚାହିଁବେ

   ଶିକ୍ଷା ଓଡ଼ିଆ ର କେବେ ସେ ପାଇବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract