STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବିଚ୍ଛିନ୍ନାଚଳର ଦୁର୍ଦ୍ଦଶା

ବିଚ୍ଛିନ୍ନାଚଳର ଦୁର୍ଦ୍ଦଶା

1 min
571

ସିଂହଭୂମି ଆଜି ରୋଦନ କରୁଛି ଥିଲା ସିଂହ ପରିଶକ୍ତି

ହଜି ଯାଇ ଅଛି ସେ ପ୍ରଚଣ୍ଡ ଶକ୍ତି

ଆସିଛି ଶୃଗାଳ ଶକ୍ତି।


      ଉତ୍କଳ ମକୁଟ ଥିଲା ସିଂହଭୂମି 

      ବିଚ୍ଛନ୍ନାଚଳଟି କିମ୍ପା ?

      ଉତ୍କଳମଣିଙ୍କ ସ୍ୱପ୍ନର ମକୁଟ

      ହୀନିମାନ ହୁଏ କିମ୍ପା?


ଭାଷା ଶୂନ୍ୟ ଭୂମି ନାହାନ୍ତି ଶିକ୍ଷକ ନ ମିଳେ ଓଡ଼ିଆବହି

କପାଳ ଆଦରି ଓଡ଼ିଆ ରୁହନ୍ତି

ଶକ୍ତି ଫେରିବକି ସେହି।

       

     ଛାତ୍ରଛାତ୍ରୀ ଆମ ଓଡ଼ିଆ ପଢିବେ

       ଆସିବକି ସେ ସୁଯୋଗ

     ନଜର ଦେବେକି ଜଗତ ଠାକୁର

       ଆସିବ ସେହୁ ସଂଯୋଗ।

   

ଆର୍ତ୍ତନାଦ ହୁଏ ଆନ୍ଦୋଳନ ହୁଏ ଭାଷାର ସୁରକ୍ଷାପାଇଁ

ଗବେଷଣା ହୁଏ ଉତ୍କଳ ଭିତରେ

ଓଡ଼ିଆଙ୍କ ସ୍ଥିତି ପାଇଁ।


     ଚାତକର ପରି ଚାହିଁ ରହିଛନ୍ତି

     ଜଗନ୍ନାଥେ ଧ୍ୟାନ କରି

     ଜନନୀର ଭାଷା କିପରି ରହିବ

      ସୁବିଧାରେ ଯିବ ଭରି।


ଶୁଣ ଭାଷାପ୍ରେମୀ ଉତ୍କଳର ଜ୍ଞାନୀ ଧ୍ୟାନ ଦିଅ ଥରେ ଏଠି

ଓଡ଼ିଆ ଭାଇଙ୍କ ଦୁର୍ଦ୍ଦଶା ହିଁ ଦେଖ 

ଶୃଗାଳ ହେଲେଣି ଏଠି।


     ହସି ଉଠୁ ଥରେ ମାତୃଭାଷା ଆମ

     ଶିକ୍ଷା ଅଧିକାର ମିଳୁ,

     ଉନ୍ନତିର ମାର୍ଗ ଭରି ଯାଉ ଏଠି

      ଭାଷାର ସମ୍ମାନ ମିଳୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy