STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ବିଚ୍ଛେଦ

ବିଚ୍ଛେଦ

1 min
183

ବିଚ୍ଛେଦ ଏକ ଯନ୍ତ୍ରଣା 

ଆକୁଳ ବିକଳ ନିରାଶା 

ପ୍ରତ୍ୟାଶା ଅନେକ ଭିତରେ ଅନୁଶୋଚନା 

ସୁନେଲି ସ୍ବପ୍ନର ଦହନ 

କଳ୍ପନା ସୌଧର ଛେଦନ 

ମମତ୍ୱର ପରିସମାପ୍ତି 

ସ୍ନେହରୁ ବହିଷ୍କାର 

ପ୍ରୀତିରୁ ବଞ୍ଚିତ 

ପ୍ରତାରଣା ର ଅବତାରଣା 

ଧୋକାର ଶୀକାର 

ଆତ୍ମପ୍ରତେୟ ର ଠପ 

ବିବେକର ସନ୍ତୁଳନ 

ଆତ୍ମାର ସମ୍ବେଦନ 

ମାନବିକତାର ଦହନ 

ବାଧକ ବିବିଧ 

ପରିସମାପ୍ତି ଅନେକ 

ଲୁହ ଆଉ କୋହ ରୁ ନା ମୁକ୍ତ ନା ଭୁକ୍ତ 

ସନ୍ତୁଳନ ଖାଲି ତୁଚ୍ଛା ଆସ୍ଫାଳନ 

ବାଟ ନଥାଏ ଆଗକୁ କି ପଛକୁ 

ମଝିରେ ନଥାଏ ରାସ୍ତା ପାହାଡ଼ କାଟି 

ନଈ ଡେଇଁ ସାତ ସମୁଦ୍ର ପାର ହୋଇ 

ଶାନ୍ତିରେ ଦି ଘଡି ବଞ୍ଚିଯିବାକୁ 

ବରଂ ସବୁଦିନ, ପ୍ରତି ମୁହୂର୍ତ୍ତ ଜଳିବାକୁ 

ବଞ୍ଚି ବି ମରିବାକୁ 

ଦହନ, ଛଳନା, ଆତ୍ମପ୍ରବଞ୍ଚନାର ଅନୁଶୀଳନରେ 

ଜଳି ଜାଳି ସଳିତା ଭଳି 

ଶେଷ ନିଶ୍ୱାସ ଯାଏଁ 

ବିଶ୍ୱାସରେ କିନ୍ତୁ ଥାଏ 

ଜୁଇ ଜଳିବା ଯାଏଁ 

ସତରେ ବିଚ୍ଛେଦ ନିଆଁ କୁହୁଳେ 

ଭିତରେ ଜୀବନ ଥିବା ଯାଏଁ l


Rate this content
Log in

Similar oriya poem from Abstract