STORYMIRROR

Ashok Kumar Nayak

Romance Tragedy

4  

Ashok Kumar Nayak

Romance Tragedy

ବିଚ୍ଛେଦ

ବିଚ୍ଛେଦ

1 min
398

ହାରିଗଲି ପ୍ରେମରେ ମୁଁ ହୋଇଲା ବିଚ୍ଛେଦ,

ଆଖିକୁ ଭରସା କରି ଆସିଗଲା ଖେଦ l


ରଙ୍ଗ ନେଇ ଆସିଥିଲୁ ତୁହି ମୋ ଜୀବନେ,

ବିଚ୍ଛେଦ ହୋଇଗଲା ସାଥିରେ ତୋ'ର ମନେ l


ତୁମଠୁ ଆରମ୍ଭ ପୁଣି ତୋ ପାଖରେ ଶେଷ,

ତୋ ବିନା ଅଟକି ଯାଏ ଆଜି ମୋ ନିଃଶ୍ୱାସ l


ତୁ ସିନା ହୋଇଗଲୁ ମୋ ପାଇଁ ତ ନିଷ୍ଠୁର,

ରହିଛି ତୋ ବାଟ ଚାହିଁ ହୃଦୟ ମୋହର l


ଜାଣେ ତୁ ଲୋ ଫେରିବୁନି ଚାଲିଗଲା ପରେ,

ତୋ ସାଥିରେ ବାଟ ମୋର ସରିଲା ଅଧାରେ l


ତୋରି ଥିଲି ପ୍ରେମ ତୋତେ ଭାବି ମୁଁ ମନ୍ଦିର,

ମିଠା ମିଠା କଥା କହି ଦେଲୁଲୋ ଜହର l


ହେଲା ବାଟବଣା ତୋତେ ପାଖେ ପାଇ ପାଦ,

ବୁଝିପାରେ ନାହିଁ ତୋର ପ୍ରେମର ବିଚ୍ଛେଦ l


ଯୋଉଦିନ ବୁଝିଯିବୁ ମୋ ପ୍ରେମର ମୂଲ,

ପ୍ରେମର ବିଚ୍ଛେଦ କଣ କରିବ କି ଗେଲ ।


ହସିଲେ ବି ଝରିଯିବ ତୋ ଆଖି ଲୋତକ,

ଫେରିବନି ବିଛେଦ ସତେ ପୁଣି ଧନଯାକ l


ତଥାପି କହୁଛି ଫେରିଆ ତୁହି ମୋ ଧନ,

ଭୁଲି ଜମା ପାରୁନାହିଁ ତୋ ପ୍ରେମକୁ ମନ  l


ମିଛ ଥିଲା ପ୍ରେମ ପ୍ରତିଶୃତି ସବୁ ତୋର,

ଜାଣି ନ ଥିଲି ପ୍ରେମ ଗୋଟିଏ ବାଲିଘର l


ବିଚ୍ଛେଦେ ଲିଭିଲା ତୋ' ନାଁ କାହାଣୀରୁ ମୋର,

ଶେଷ ଇଛା ଦେଖିବି ମୁଁ ତତେ ଶେଷ ଥର ।


Rate this content
Log in

Similar oriya poem from Romance