ବିଚ୍ଛେଦ
ବିଚ୍ଛେଦ


ହେ ମୋର ପ୍ରିୟତମ
ତୁମ ବିଚ୍ଛେଦରେ
ସତେ ଯେମିିତି ଲାଗୁଛି ସାରା ଦୁନିଆଁଟା ଅନ୍ଧକାରମୟ
ସବୁ ଫୁଲ ଗୁଡିକ ଯେମିିତି
ମଳିନ ଦେଖାଯାଉଛି ମୋର ଚକ୍ଷୁ ଦ୍ବୟକୁ
ନୀଳ ଆକାଶ ,ଜହ୍ନ ରାତି ଆଉ କଇଁ ଫୁଲ
ଚୁପ୍ଚଚାପ୍ ରହିଛନ୍ତି ଏକକୁ ଆରେକ ଚାହିଁ ।
ଆଉ ମୁଁ ବି ଚାହିଁ ରହିଛି
ତୁମର ସେହି ମୁଖମଣ୍ଡଳକୁ
କ'ଣ ଆସିବନି ?
ତୁମର ପ୍ରେୟସୀ ରାଣୀ ପାଖକୁ
ତୁମ ବିଚ୍ଛେଦ ଟା ଆଜି
ମୋ ଜୀବନ ଇତିହାସେ କଳାବାଦଳ ସାଜିିଛି
ବାସ୍ତବରେ ପ୍ରେମ ଅପେକ୍ଷା ବିଚ୍ଛେଦଟା
ଅତି ବେଦନା ଦାୟକ
ଅତି ବେଦନା ଦାୟକ ।।