STORYMIRROR

Sushama Khamari

Romance

3  

Sushama Khamari

Romance

ଛଳନା

ଛଳନା

1 min
199

ଫୁଲ ଟିଏ ହୋଇ ବଗିଚାରେ ଫୁଟିବା ଆଗରୁ 

ଅପେକ୍ଷାରତ ଆଗନ୍ତୁକ ଭଳିି

ସାଉଁଟି ନେଇଗଲ ହସ୍ତ ଯୁଗଳରେ ।

କେତେ ଆଶା କେତେ ସପ୍ନ ବୁୁଣି ଦେଲ ମୋ ମନ ରାଇଜରେ 

କୁହୁକ ଜାଲରେ ବାନ୍ଧି ଦେଲ ନିଜର ଶକ୍ତ ବାହୁ ବନ୍ଧନରେ ।

ସଜାଇଲ ନାୟିକା ରୂପରେ 

ତୁଳୀଧରି ଆଙ୍କିଦେଲ ରାଧିିିକା ବେଶରେ 

ନିଜ ଜୀବନର ସାଇତି ରଖିଥିବା

ସ୍ନେହ ଶ୍ରଦ୍ଧା ସବୁ ଅଜାଡି ଦେଲ ମୋ ମନ ଅଗଣାରେ ।

ମାତ୍ର; ଏ କ'ଣ ଅଳ୍ପ ଦିନ ପାଇଁ ଅଭିିିିନୟ କରି 

ଚାଲିଗଲ ବହୁ ଦୂରଦୂୂୂରାନ୍ତରେ ??

ଦୂରେ ଫିଙ୍ଗିଦେଇ ସଜଫୁଲ ଟିିିିକୁ 

ସତରେ !ଏସବୁ ମୋ ପ୍ରତି ତୁମ ଛଳନା ଥିଲା ? 

ତୁମ ଛଳନା ର ଯୁଇ ରେ ଆଜିି ମୁୁଁ ହନ୍ତସନ୍ତ 

ଗୋଟିଏ ବନ୍ଧନର ସୂତାଖିଅ

ଯେମିତି ଛିଣ୍ଡିଯାଇ ଛିନ୍ନ ବିିଛିନ୍ନ ହୋଇଯାଇଛି ।

ମନ ର ଆବେଗ ଆଉ ହୃଦୟର କୋହ

ବିଦାରିତ ହୋଇ ବହିଯାଏ ଆଜି ଲୁୁହର ଝରଣା 

ମନେହୁଏ ସବୁ ସପ୍ନ ସବୁ ଆଶା କେବଳ 

ଛଳନା ହିଁ ଥିଲା 

ଛଳନା ହିଁ ଥିଲା ।।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance