ଛଳନା
ଛଳନା
ଫୁଲ ଟିଏ ହୋଇ ବଗିଚାରେ ଫୁଟିବା ଆଗରୁ
ଅପେକ୍ଷାରତ ଆଗନ୍ତୁକ ଭଳିି
ସାଉଁଟି ନେଇଗଲ ହସ୍ତ ଯୁଗଳରେ ।
କେତେ ଆଶା କେତେ ସପ୍ନ ବୁୁଣି ଦେଲ ମୋ ମନ ରାଇଜରେ
କୁହୁକ ଜାଲରେ ବାନ୍ଧି ଦେଲ ନିଜର ଶକ୍ତ ବାହୁ ବନ୍ଧନରେ ।
ସଜାଇଲ ନାୟିକା ରୂପରେ
ତୁଳୀଧରି ଆଙ୍କିଦେଲ ରାଧିିିକା ବେଶରେ
ନିଜ ଜୀବନର ସାଇତି ରଖିଥିବା
ସ୍ନେହ ଶ୍ରଦ୍ଧା ସବୁ ଅଜାଡି ଦେଲ ମୋ ମନ ଅଗଣାରେ ।
ମାତ୍ର; ଏ କ'ଣ ଅଳ୍ପ ଦିନ ପାଇଁ ଅଭିିିିନୟ କରି
ଚାଲିଗଲ ବହୁ ଦୂରଦୂୂୂରାନ୍ତରେ ??
ଦୂରେ ଫିଙ୍ଗିଦେଇ ସଜଫୁଲ ଟିିିିକୁ
ସତରେ !ଏସବୁ ମୋ ପ୍ରତି ତୁମ ଛଳନା ଥିଲା ?
ତୁମ ଛଳନା ର ଯୁଇ ରେ ଆଜିି ମୁୁଁ ହନ୍ତସନ୍ତ
ଗୋଟିଏ ବନ୍ଧନର ସୂତାଖିଅ
ଯେମିତି ଛିଣ୍ଡିଯାଇ ଛିନ୍ନ ବିିଛିନ୍ନ ହୋଇଯାଇଛି ।
ମନ ର ଆବେଗ ଆଉ ହୃଦୟର କୋହ
ବିଦାରିତ ହୋଇ ବହିଯାଏ ଆଜି ଲୁୁହର ଝରଣା
ମନେହୁଏ ସବୁ ସପ୍ନ ସବୁ ଆଶା କେବଳ
ଛଳନା ହିଁ ଥିଲା
ଛଳନା ହିଁ ଥିଲା ।।