STORYMIRROR

Sushama Khamari

Romance

3  

Sushama Khamari

Romance

ପ୍ରେମର ପ୍ରଥମ ପୁଲକ

ପ୍ରେମର ପ୍ରଥମ ପୁଲକ

1 min
230


    ସବୁ ଅନୁଭବ ଠାରୁ ନିଆରା 

   ସବୁ ଫୁଲ ଲାଗେ ଗୋଲାପ ପରି 

   ସବୁ ରଙ୍ଗ ଦିଶେ ଗୋଲାପି ପରି 

   ସବୁ ଋତୁ ଲାଗେ ବସନ୍ତ ପରି 

   ସବୁ ମାସ ଲାଗେ ଫାଲ୍ଗୁନ ପରି 

   ସବୁ ଦିନ ଲାଗେ ମଧୁମୟ 

   ସବୁ ରାତି ଲାଗେ ରଙ୍ଗମୟ 

   ନୀଳ ଆକାଶରେ ପକ୍ଷୀଟିଏ ଭଳି ଉଡିବାକୁ ଇଚ୍ଛା ହୁଏ 

   ମନ ରାଇଜରେ ରାଣୀଟିଏ ଭଳି ପ୍ରତୀତ ହୁଏ 

   ବିନା ଘୁଙ୍ଗୁରରେ ନାଚିବାକୁ ଇଚ୍ଛା ହୁଏ 

  ପ୍ରତିମୂହୁର୍ତ୍ତରେ ଗୁଣୁ ଗୁଣୁ ହୋଇ ଗୀତ ଗାଇ ହୋଇଯାଏ 

  ଭୋକ ଶୋଷ ନିଦ ଆପେ ଆପେ ହଜିଯାଏ   

 କବିଟିଏ ଭଳି ଲେଖି ହୋଇଯାଏ ଅନେକ ପ୍ରେମର ଗୀତ 

 ଶିଳ୍ପୀଟିଏ ଭଳି ରଙ୍ଗତୂଳୀ ଧରି ଆଙ୍କି ହୋଇଯାଏ ଚିତ୍ର 

  ନିଶା ନ ନେଇ ବି ମତୁଆଲା ଭଳି ଅନୁଭବ ହୁଏ ନିରନ୍ତର 

  ପ୍ରତିମୂହୁର୍ତ୍ତରେ ମନ ହୋଇଥାଏ ଅସ୍ଥିର 

   ଅବିର ବୋଲି ହୋଇଯାଏ ସାରା ଦେହରେ 

  ବିଜୁଳି ଚମକ ଖେଳି ଯାଏ ସାରାା ଶରୀରେ 

   ଆକାଶରୁ ଜହ୍ନ ତୋଳିବା ପାଇଁ ମନ ହୁଏ ଉଚ୍ଛନ

    ଦେଖିବାକୁ ଇଚ୍ଛା ହୁଏ ପୁଣି ଦିନରେ ସପ୍ନ 

  ପ୍ରତି ନିଃଶ୍ୱାସ ପ୍ରଶ୍ୱାସ ରେ ପ୍ରଥମ ପୁଲକ ପ୍ରେମର

  ଭାଷା ନାହିଁ ବର୍ଣ୍ଣିବାକୁ ଏହା ଏତେ ଯେ ଗଭୀର 

  ଦିନ ରାତି ସବୁ ସମାନ ଲାଗେ ଜଣା ପଡେ ନାହିଁ ଫରକ 

                ଏଇତ ପ୍ରେମର ପ୍ରଥମ ପୁଲକ 

                 ଏଇତ ପ୍ରେମର ପ୍ରଥମ ପୁଲକ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance