STORYMIRROR

Sushama Khamari

Inspirational

4  

Sushama Khamari

Inspirational

ନୂଆ ପୃଥିବୀ ଗଢିବା

ନୂଆ ପୃଥିବୀ ଗଢିବା

1 min
223

ଈଶ୍ବରଙ୍କ ସୃଷ୍ଟି ସାମ୍ରାଜ୍ୟରେ

କୋଟୀ ଜନ୍ମର ପୂଣ୍ୟ ଫଳେ 

ମଣିଷ ଜନମ ଲଭିିଛୁ

ଯେବେ ଏଇ ଧରାତଳେ

ସ୍ୱଚ୍ଛ ମନେ ସ୍ୱଚ୍ଛ ପ୍ରାଣେ 

ନିିଜକୁ ଉତ୍ସର୍ଗ କରି 

ସମାଜର ହିତ କରିବା ।।

ପ୍ରତିଟି ନିିିଶ୍ବାସେ ଭରି ଦେବା ବିଶ୍ବାସ 

ପ୍ରତିଟି ହୃଦୟେ ସ୍ନେହ ସଦ୍ ଭାବନାର ଉଚ୍ଛ୍ବାସ

ଅସହାୟକୁ ସହାୟ ହେବା 

ଦୁର୍ବଳକୁ ଶକ୍ତି ଦେବା

ତୃଷାର୍ତ୍ତକୁ ଜଳ ପୁୁଣି ନିର୍ଅନ୍ନକୁ ଅନ୍ନ ଦେବା

ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରି

ଜ୍ଞାନର ପ୍ରଦୀପ ଜାଳିବା ।।

ଅପମାନ ପ୍ରତିବଦଳରେ ସମ୍ମାନ

ଅନ୍ଧାର ପ୍ରତିିିବଦଳ ରେ ଆଲୋକ 

ପ୍ରତାରଣା ପ୍ରତିବଦଳ ରେ ପ୍ରେମ ର ଗାଥା ଗାଇବା

ପ୍ରତିମୂହୁର୍ତ ରେ ହିଂସା ଦ୍ୱେଷକୁ ଭୁଲିିଯାଇ 

ସତ୍ୟ ନିିିଷ୍ଠା ଓ ପ୍ରେମ ପଥର ଯାତ୍ରୀ ହେବା ।

ଅହଂକାରକୁ ଜଳାଞ୍ଜଳି ଦେଇ 

ଦୟା କ୍ଷମାର ପଥ ବାଛିବା ।।

ଲୁୁହ ପୋଛି ଦେଇ ଖୁସି ପସରା ମେଲିବା

ଏକତାର ସୂତ୍ରେ ବାନ୍ଧି ହେବା 

ଦେଶ ମାତୃକାର ସେବା କରିବା 

ନୂଆ ପୃଥିବୀ ଗଢିବା 

ନୂଆ ପୃଥିବୀ ଗଢିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational