Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Romance

4  

Sourav Jal

Romance

ବିଚ୍ଛେଦ

ବିଚ୍ଛେଦ

1 min
396


ତୁମରି ଓଠେ ପ୍ରେମ ଗୀତି ଗାଇ

ହସୁଥିଲା ମୋ ନୟନ

ପ୍ରୀତି ପରଶ ତନେ ଲେପି ଦେଇ

ଭାଙ୍ଗିଦେଲ ପ୍ରିୟା ମନ ।


ଅମାନିଆ ମନ ବୁଝେନି ଜମା

ଆଜିବି ଫେରିବା ଆଶେ

ଶୂନ୍ୟ ହୃଦୟ ଚିତ୍କାରୀ ତ ହସେ

ବୃଥା କଳ୍ପନା ର ପାଶେ ।


ବିରହ ଦେଶେ ଏକାକୀ କରି ଗୋ

ବେନାମୀ ଠିକଣା ଦେଲ

ପ୍ରେମ ଅଗ୍ନିରେ ଝାସ ଦେଇ ତୁମେ

ବିଚ୍ଛେଦ ଧୁପ ଜାଳିଲ ।


ପ୍ରେମ ଅଗ୍ନିରେ ଅକୁହା ବେଦନା

ଆଜିବି ଝଲସି ଉଠେ

ଦୀପ ଉପରେ ଧୂଆଁରେ ସଜନୀ

ତୁମରି ପ୍ରୀତି ଚହଟେ ।


ପୁର୍ଣିମା ରାତି ସେ ଅଧୁରା ସପ୍ନ

ବିରହ ଅନ୍ତର ଖୋଜେ

ବିଚ୍ଛେଦ ବେଦନେ ପରାଣ ମମ

ମାଟିର କଣ୍ଢେଇ ସାଜେ ।


ମନ ଗହନେ ତୋ ଲାଜୁଆ ଆଖି

ଅଜଡ଼ା ବନ୍ଧନେ ହସେ

ନିଶବ୍ଦ ରଜନେ ହେ ପ୍ରିୟତମା

ତୁମରି ସପନ ଆସେ ।


ପାଷାଣ ହୃଦୟ ତୁମରି ମନ

ବିଚ୍ଛେଦ ରଙ୍ଗେ ରଙ୍ଗିଲ

ତଥାପି ତୁମ ପ୍ରେମ ବନ୍ଧେ ବନ୍ଧୀ

ବିରହେ ଏକାନ୍ତ କଲ ।


Rate this content
Log in

Similar oriya poem from Romance