STORYMIRROR

Ajay kumar Behera

Tragedy

3  

Ajay kumar Behera

Tragedy

ବିଚ୍ଛେଦ-୧

ବିଚ୍ଛେଦ-୧

1 min
182


ନିରଳାରେ ବସି   ଗପୁଥିଲୁ କେତେ

    ଭାବିଲୁ ନାହିଁ ତୁ ଥରେ

ପଡ଼ି ଗଲୁ ବୋଧେ  କାହା ପ୍ରେମେ ତୁହି

    ଦୁଃଖୀ ମୁହିଁ ରାସ୍ତା ଧାରେ।୧।


ଭଲ ଲାଗୁଥିଲା   ଚାଲୁ ଥିଲୁ ସାଥେ

    ପାଣି କି ପଥର ଡେଇଁ

ଭାବୁଥିଲି ଏକା   ତୋ ପରି ପ୍ରେମିକା

    କୋଉଠି ପାଇବି କାହିଁ।୨।


ତୋ ବିଚ୍ଛେଦ ଆଜି  ଦେଇଗଲା ଦୁଃଖ

    କାହାକୁ କହିବି ମୁହିଁ

  ଆଖି ଲୁହ ଆଜି    ଆଖିରେ ମରୁଛି

    ତୋ ବାଟକୁ ଚାହିଁ ଚାହିଁ।୩।


  ତୁ ଥିଲୁ ଜୀବନ   ତୋ ବିନା ହୃଦୟ

   ଯାଇଛି ପଥର ହୋଇ

ଯେତେ ବୁଝେଇଲେ    ମନ ମୋ ବୁଝୁନି

   ନିରବୀ ଯାଇଛି ମୁହିଁ।୪।


ଏକା ଏକା ଲାଗେ    ଜୀବନ ମୋହର

   ଶୁଷ୍କ ତୃଣଟିଏ ପରି

ସତ ମୁଁ କହୁଛି      ତୋ ବିନା ଲୋ ପ୍ରିୟା

    ଆପେ ଆପେ ଯିବି ମରି।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy