STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ବିବର୍ତ୍ତନ

ବିବର୍ତ୍ତନ

1 min
206


ସମୟର ଆଜି ବଜ୍ର ଆହ୍ବାନ ତିଷ୍ଠିବ ଏଠି ହିଁ କେବଳ ଯୋଗ୍ୟତମ

ନିଜକୁ ଯୋଗ୍ୟ ବିବେଚିତ କରିବାର ଅମୁହାଁ ଅଫେରା ଦୌଡ଼ରେ

ଧାଉଁଛି ମନୁଷ୍ୟ ଇତଃସ୍ତତଃ ହୋଇ ଡହଳ ବିକଳ କସ୍ତୁରୀ ମୃଗ ସମ

ବିସ୍ମରି ମାନବୀୟ ମୁଲ୍ୟବୋଧ ପାଲଟିଛି ସେ ପ୍ରାଗୈତିହାସିକ ଜୀବ!!

ଜୀବନ ଧାରଣ କରିବାର ଏଇ ଯୁଗାନ୍ତକାରୀ ନିର୍ଣ୍ଣାୟକ ଲଢ଼େଇରେ

ସବୁକିଛି ସମ୍ଭବ ଯଥାର୍ଥ ଉଚିତ୍ ବଞ୍ଚି ରହିବାଟା ହିଁ ଏକମାତ୍ର ଲକ୍ଷ୍ୟ

ଯତ୍ପରନାସ୍ତି ଉଦ୍ଯମରତ ତିଷ୍ଠି ରହିବାକୁ ଯୋଗ୍ୟତାର ଦୌଡ଼ରେ

ଆନର ପ୍ରାଣ ନାଶିବାକୁ ସଦା ପ୍ରସ୍ତୁତ ଏଇ ତ ନବ ବିବର୍ତ୍ତନ ବାଦ!!

କେବଳ ହିଁ କେବଳ ବଞ୍ଚି ରହିବାଟା ଏଠି ଯୋଗ୍ୟତାର ମାପକାଠି

କେମିତି କାହିଁକି କିପରି ଜିଜ୍ଞାସା କିଏ ବା କରୁଛି କାହାର କି ଲୋଡ଼ା?

ଆହାର ନିଦ୍ରା ମୈଥୁନ ତ ଜୀବନେ ଏକାନ୍ତ ଅପରିହାର୍ଯ୍ୟ ଅନିବାର୍ଯ୍ୟ

ମଣିଷପଣିଆ ବିହୁନେ ଜୀଉଁ ଥାଉ ଥାଉ ମଣିଷ ପାଲଟିଯାଇଛି ମଡ଼ା!!

ସଭ୍ଯତାର ନବ ଜାଗରଣ ବୌଦ୍ଧିକ ଭାବଉତ୍ତରଣ ହୋଇଛି ଲକ୍ଷ୍ଯଭ୍ରଷ୍ଟ

କିଂକର୍ତ୍ତବ୍ଯବିମୁଢ ମଣିଷ ଆତ୍ମବଡ଼ିମା ପ୍ରଦର୍ଶନେ ମାରୁଛି ବାହାସ୍ପୋଟ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy