STORYMIRROR

Bishnupriya Panda

Fantasy

4  

Bishnupriya Panda

Fantasy

ବିଭବେ ଶରତ

ବିଭବେ ଶରତ

1 min
237

ବରଷା ର ବିଭାବରୀ ଗତ ହେଲେ

ବିଭବେ ଆସେ ଶରତ

ତେର ପରବ କୁ ସାଥିରେ ଅଣାଇ

ହସେ ଧରଣୀ ରାଣୀ ତ l

ଶରତେ ଚଦ୍ରମା ଅତି ରମଣୀୟ

ସ୍ୱଚ୍ଛ ତଡାଗ ତଟିନି

ସବୁଜର ଶାଢ଼ୀ ପରିଧାନ କରି

ପୃଥ୍ୱୀ ମାତା ସିମନ୍ତିନି l

କାଶତଣ୍ଡୀ ଫୁଲ ସ୍ୱାଗତ ଜଣlଏ

ଦୁର୍ଗତୀ ନାଶିନୀ ଦୁର୍ଗା

ମହିସାମର୍ଦିନୀ ଦୁଷ୍ଟ ବିନାଶିନୀ

ଶରତେ ପାଆନ୍ତି ଶୋଭା l

ସରସ ସୁନ୍ଦର ଉପଭୋଗ୍ୟ ସ୍ୱଶ୍ଚ

ଏହି ଋତୁ ଟି ଅଟଇ

ତଡାଗରେ କଇଁ ପଦ୍ମ ପ୍ରସ୍ପୁଟିତ

ଶୋଭା ବର୍ଧନ କରଇ l

ଶେଫାଳି ଟଗର ହେନା କନିଅର

ବାସ୍ନାରେ ଚହଟେ ଦିଗ

କର୍ଦମାକ୍ତ ରାସ୍ତା ହୁଏ ପରିଷ୍କାର

ସୁନ୍ଦର ତ ଦଶ ଦିଶ l

ଶୁଭ୍ର ବାଦଲ ରେ ଶୋଭିତ ଗଗନ

ନାହିଁ ବର୍ଷା ନାହିଁ ଶୀତ

ଗ୍ରୀଷ୍ମ ର ପ୍ରଭାବ ଏତେ ବି ନଥାଏ

ନର ନାରୀ ଆନନ୍ଦିତ l

କୃଷିର ସମ୍ଭlରେ ହସେ ଧାନ କ୍ଷେତ

ବାଡ଼ି ବଗିଚା ପୁଷ୍ପରେ

ସକଳ ବିଭବ ଅଣାଇ ଶରତ

ବିଜେ ଧରଣୀ ପୃଷ୍ଟରେ l

ଜନ୍ମାଷ୍ଟମୀ ରାଧାଷ୍ଟମୀ ପୂଜା ପୁଣି

ବିଘ୍ନନାଶି ବିଘ୍ନରାଜ

ଅନନ୍ତ ଶୟନ ଆଦି ନାରାୟଣ

ଅନନ୍ତ ବ୍ରତ କୁ ସଜ l

 ଧନ ଧlନ୍ୟେ ବାଦ୍ୟ ନାଦେ ପରିପୂର୍ଣ

ହସେ ବସୁମତୀ ରାଣୀ

ମାଆ ଦୁର୍ଗା ଯହିଁ ଅବତୀର୍ଣ ତହିଁ

କିସ ବା ଅଭାବ ପୁଣି l

ମାହେଶ୍ୱରୀ ଯଦି ସହାୟ ହୋଇବେ

ସଂସାରୁ ଦୁଃଖ ହଟିବ

ମହିଷା ପରାଏ ଦୁଷ୍ଟ ହଟିଯିବେ

ବିଭବେ ଦେଶ ହସିବ l



Rate this content
Log in

Similar oriya poem from Fantasy