STORYMIRROR

Sunanda Mohanty

Abstract Children

3  

Sunanda Mohanty

Abstract Children

ବିଭବ ଓ ବୈଭବ

ବିଭବ ଓ ବୈଭବ

1 min
167

ଓଡିଶାର ଯେତେ ଲୁପ୍ତ ବିଭବ 

ଏବେବି ଚାହିଁଛି ଶୋଇ 

ଓଡ଼ିଶାର ଯେତେ ଗୁପ୍ତ ବୈଭବ 

ପୁଣି ଉଠିବ ଚେଇଁ 

ହୀରାକୁଦ ଡ୍ୟାମ ଏବେବି ଲମ୍ବାରେ 

ତାକୁ କେ ପାରିବ ଛୁଇଁ ।


ଗୀତଗୋବିନ୍ଦର ରଚୟିତା ଜୟଦେବ 

ଖୋର୍ଦ୍ଧା ଜିଲ୍ଲା କେନ୍ଦୁପଲ୍ଲୀର ଜନ୍ମ ନେଇ 

ସନ୍ଥ କବି ଭୀମଭୋଇ ଏଇ ମାଟି କୋଳେ 

ଅନ୍ଧତ୍ୱ ସତ୍ୱେ ଗଲେ କାଳଜୟୀ ହୋଇ 

ଓଡ଼ିଆ ବଜାର କଟକେ ଜନମି ସୁଭାଷ 

ନେତାଜୀ ଆଖ୍ୟା ଗଲେ ପାଇ ।


ସାଇକେଲ ଚାଳନାରେ ମିନତୀ ମିଶ୍ର 

ଅର୍ଜ୍ଜୁନ ପୁରସ୍କାର ଗଲେ ପାଇ 

ଶ୍ରୀମଦଭାଗବତ ଲେଖି ଜଗନ୍ନାଥ ଦାସ 

ରାଜ୍ୟର ସମୃଦ୍ଧି ଆସିଲେ ନେଇ 

ଓଡ଼ିଆମହାଭାରତ ରଚୟିତା ସାରଳା ଦାସ

ଆଦିକବି ବୋଲି କହି ।


ଫକୀର ମୋହନ ସେନାପତି 

ପ୍ରଥମ ଓଡ଼ିଆ ଗାଳ୍ପିକ ବୋଲାଇ 

ଓଡିଶା ମାଟିର ଚାନ୍ଦିପୁର ଠାରେ 

ମିସାଇଲ ଟେଷ୍ଟ ହୋଇ ଥାଇ 

ପାରାଦୀପ ବନ୍ଦରେ ଜିନିଷ ପରିବହନରେ 

ଦ୍ୱିତୀୟ ସ୍ଥାନରେ ରହି 

ଓଡିଶା ମାଟିର ଅନ୍ୟ ପ୍ରସିଦ୍ଧ ପ୍ରସିଦ୍ଧି 

ଆଉଥରକୁ ରଖିବି କହି ।


Rate this content
Log in

Similar oriya poem from Abstract