STORYMIRROR

PUSPALATA SAHOO

Romance

2  

PUSPALATA SAHOO

Romance

ବିବାହ

ବିବାହ

1 min
134

ବାହା ବେଳ ମୋର ଗଡି ଗଡି ଯାଏ 

କେହି ପାରୁନାହିଁ ବୁଝି 

ଝିଅ ମିଳୁନାହିଁ କହୁଛ ସଭିଏଁ 

ଜାତକ ପାରୁନ ସୁଝି  ।।

ବାପା ଖୋଜୁଛନ୍ତି ବେଶୀ ଯୌତୁକ 

ଯାହା ବାପା ଦେଉଥିବ 

ତାକୁ ବୋହୁ କରି ଆଣିବି ଘରକୁ 

କଳା ପଛେ ହୋଇଥିବ  ।।

ମାଆ ମୋ କହୁଛି ବୋହୂ ଟି ମୋହର 

ସୁନାନାକି ନ ହେଲା ନାହିଁ 

ରାତି ହେଲେ ଟିକେ ସେବା କରୁଥିବ 

ମନକୁ ମୋହର ଚାହିଁ  ।।

ଭାଇ ଭାଉଜ ଙ୍କ ମନକୁ ପାଉନି 

ଖୋଜି ଖୋଜି ହେଲେ ବ୍ୟସ୍ତ 

କହିଲେ ନିଜେ ତୁ ଝିଅ ଖୋଜି ନେ 

ହେଲି ମୁଁ ସେଥିରେ ଅଭ୍ୟସ୍ତ ।।

କାଳୀ ଗୋରୀ ଝିଅ କେତେ ମୁଁ ଦେଖିଲି 

ମନକୁ ପାଇଲା ନାହିଁ

ପୂର୍ବରୁ ପଶ୍ଚିମ ଉତ୍ତରୁ ଦକ୍ଷିଣ 

ସବୁଠି ବୁଲିଲି ମୁହିଁ ।।

 ଝିଅ ଖୋଜି ଖୋଜି ପଡିଲିଣି ଥକି 

ମୋ ମନ ବୁଝୁଛି କିଏ 

ସମସ୍ତଙ୍କର ତ ବୋହୂ ଦରକାର 

ମତେ ପଚାରୁଛି କିଏ ।।

ଆସୁ କି ନ ଆସୁ ମୋ ଘରକୁ ସିଏ 

କିଛି ଯାଏ ଆସେ ନାହିଁ 

ଅବାଡୁଆ ହୋଇ ରହିବି ଜୀବନେ 

ସଫା ମୁଁ ଦେଉଛି କହି ।।

ବିବାହ ଜୀବନ ନାହିଁ ଦରକାର 

ଏକାକୀ ରହିବି ମୁହିଁ 

ସପନ ରେ କେବେ ଏହି କଥା ଟିକୁ 

ମନରେ ଭାବିବି ନାହିଁ ।।



Rate this content
Log in

Similar oriya poem from Romance