Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

4  

Ajit Kumar Raut

Inspirational

ଭୟାବହ ଘଟଣା

ଭୟାବହ ଘଟଣା

1 min
210



ଶିଶୁ କାଳ କଥା ସ୍ମରଣ ହୁଏଟି


ବର୍ଣ୍ଣୁ ଅଛି ମୁହିଁ ସେହୁ


ଖଡ଼ଖାଇ ନଦୀ ଅଛି ଅବସ୍ଥିତ


ଗାଆଁର ପାଖରେ ଯେହୁ।୧।


ପ୍ରଥମ ଆଶାଡ଼ ବର୍ଷା ଅପ୍ରମିତ


ଆସିଛି ବଢି ନଦୀରେ


ଶିଶୁ ମେଳେ ମୁହିଁ ଯାଇ ଥିଲି ନଦୀ


ସ୍ନାନର ପାଇଁ ନଦୀରେ।୨।


ଶିଶୁ ସଙ୍ଗ ହୋଇ ପାଣିରେ ଖେଳିଲୁ


ପହୁଁରୀ ପହୁଁରୀ ଯହିଁ


ଖୁସି ଆନନ୍ଦରେ ତାଳି ମାରୁ ଥିଲୁ


ନ ଥିଲା ଭୟ ହିଁ ତହିଁ।୩।


ଏକ ଆରେକ ଧରୁ ଥିଲୁ ତହିଁ


ଡୁବି ଡୁବି ନଦୀ ନୀରେ,


ଖୁସି ଆନନ୍ଦରେ ରାବ୍ ଦେଉ ଥିଲୁ


ନ ଥିଲା ଭୟ ମନରେ।୪।


ଦେଖିଲୁ ଆସୁଛି ଭୟଙ୍କର ସର୍ପ


ଫେଣ ଟେକି ଆସେ ସେହୁ,


ଚିତ୍କାର କରିଣ କୁଳକୁ ଉଠିଲୁ


କମ୍ପୀ ଗଲେ ଶିଶୁ ସେହୁ।୬।


ଦୋଉଡି ଦୋଉଡି ଘରକୁ ଆସିଲୁ


ଗାଆଁରେ କହିଲୁ ସବୁ,


ସେହି ଦିନ ଠାରୁ ନଦୀ ଯିବା ବନ୍ଦ


କରି ଦେଲେ ବାପା ସବୁ।୭।


ଶିଶୁ କାଳ କଥା ସ୍ମରଣ ହୁଏଟି


ବର୍ଣ୍ଣୁ ଅଛି ମୁହିଁ ସେହୁ,


ଖଡ଼ଖାଇ ନଦୀ ଅଛି ଅବସ୍ଥିତ


ଗାଆଁର ପାଖରେ ଯେହୁ।୮।




Rate this content
Log in

Similar oriya poem from Inspirational