STORYMIRROR

Maheswar sahoo

Inspirational

3  

Maheswar sahoo

Inspirational

ଭୟ

ଭୟ

1 min
134

ହୃଦୟକୁ ଚିରି ସ୍ମିତହାସ୍ୟ କରି 

           ପଛ ରୁ ନେଲାସେ ଟାଣି..

ଆଗକୁ ଦେଖିଲେ ମାଡ଼େ ଭାରି ଭୟ

             ଜାଣିନି କି ଭୟ ପୁଣି

ଗୁରୁଜୀ ଦିଅନ୍ତି ପ୍ରୋତ୍ସାହନ ଭାରି

          ଲକ୍ଷ୍ୟସ୍ଥଳେ ପୁଣି ଭୟ..

ଦିନରାତି ଏକ କରି ଅଭ୍ୟାସିଲି

           କାହିଁ ପୁଣି ନାହିଁ ଲୟ

ପାରଙ୍ଗମ ଥାଇ ସମାଜ ଆଗକୁ

          ଭୟ ଦେଉଅଛି ପଛାଇ..

ୟେ ଭୟ କଣ ଭୟତ କାହିଁକି

          ରହିଯାଏ ମୁଁହିଁ ଅନାଇ

ସାଧାରଣ ପିଲେ ଦେଖ ଦୁନିଆରେ

          ଜାଣିଥିବେ ସେ ଅନେକ..

ଜନସମ୍ମୁଖରେ ପଚାରିଲେ କିଛି

         ହୋଇଯାନ୍ତି ସିଏ ଅବାକ

ପିଲାଙ୍କର ଭୟ ଦୂର ନ ହୋଇଲେ

      ହୋଇଯିବେ ପିଲେ ନିର୍ବୋଧ..

ଜିତିବା ହାରିବା ଲାଗିତ ରହିଛି

       କିନ୍ତୁ ଭୟରେ ନହୁଅ ଆବଦ୍ଧ

କହିବା କଥାକୁ ନକରିଣ ଲାଜ

         ନିର୍ଭୟ ରେ କର ପ୍ରକାଶ..

ପ୍ରକାଶ୍ୟ ଶବ୍ଦଟି ସତ୍ୟପଥେ ଥିଲେ

         ସମାଜେ ପାଇବ ଯଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational