STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଭୂଲନାହିଁ ମାତୃଭାଷା

ଭୂଲନାହିଁ ମାତୃଭାଷା

1 min
14.1K


ସାମ୍ପ୍ରତିକ କାଳେ ସଭ୍ୟତାର ଆଳେ 

    ଭୂଲନାହିଁ ମାତୃଭାଷା.....

    

ଆସ ଆସ ମୋର ଭାତୃ ଭଗ୍ନୀ ଗଣ ମନକୁ କରିବା ଟାଣ

ମାତୃଭାଷାଟିକୁ କରିବା ସମୃଦ୍ଧ ଦେଇ ଆମ ମନପ୍ରାଣ

କଳା ସଂସ୍କୃତିରେ ଉତ୍କର୍ଷ ଅଟଇ ଆମରି ଉତ୍କଳ ଏଇ

ଶୋକ ସନ୍ତପରେ ଐତିହ୍ୟ ସୁମରେ କବି ସମ୍ରାଟର ଭୂଇଁ.....

ଉତ୍କଳ ଗୌରବ, ମଧୁବାରିଷ୍ଟର ତ୍ୟାଗପୁତଙ୍କର ଦାନ

ଶାସ୍ତ୍ରୀୟ ମାନ୍ୟତା ଲଭିଅଛି ସିନା ଚେତନା ପରାଣ ହୀନ

ସାମ୍ପ୍ରତିକ କାଳେ ସଭ୍ୟତାର ଆଳେ ଭୁଲନାହିଁ ମାତୃଭାଷା

ଗରବେ କୁହହେ ଓଡ଼ିଆ ପୁଅ ମୁଁ ଓଡ଼ିଆ ମୋ ମାତୃଭାଷା .....

ମାତାର ମମତା ହୃଦୟର ଭାଷା ରସଧାରା ମଧୁଭାଷା

ଯାହାର ପବନ ପ୍ରତି ନିଶ୍ବାସରେ ପାଣି ଯା ଶୋଣିତେ ମିଶା

ସୁଗନ୍ଧ ସୁମନ ପ୍ରତି ଶବ୍ଦ ମାନ ଭକ୍ତିରସ କାବ୍ୟଧାରା

ସୁରଭି ସାହିତ୍ୟେ ବୈଚିତ୍ର ମଣ୍ଡିତ କେବେ ପ୍ରେମରସ ଧାରା....

ଜାଗ ଭାଷାପ୍ରେମୀ ଜାଗ ଭ୍ରାତା, ଭଗ୍ନୀ ଉଠରେ ପୁତା ତୁ ଉଠ

ଆନ ଯେତେ ଭାଷା ଶିଖୁଛ ଶିଖ ନିଜ ମାତୃଭାଷା ମହତ ରଖ

ତନ ମନ ଧ୍ୟାନ କରି ଏକାକାର ମନରେ ସଂକଳ୍ପ ଧର

ସୁଧି ଜ୍ଞାନୀ ଆଉ ଭ୍ରାତା-ଭଗ୍ନୀ ମିଶି ମାତୃଭାଷା ବନ୍ଦନା କର.....

ଜନ ମନର ଆଶା ଓ ସଂକଳ୍ପ ଏଇ ଜନ ମନର ଭାଷା 

ଯୁଗପରେ ଯୁଗ ଜ୍ଞାନଧନ ବର୍ଷୁ ଏଇ ମୋର ମାତୃଭାଷା

ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି ସ୍ମର ତୁମେ ବାରମ୍ବାର

ପରଭାଷା ମୋହେ ମାତୃଭାଷା ଆମ କରନାହିଁ ହତାଦର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational