STORYMIRROR

Debadatta Jena

Romance

2  

Debadatta Jena

Romance

ଭୂଲ

ଭୂଲ

1 min
155

ଭଲ ପାଇବାର ମଦହୋସ ଯେବେ 

କରି ଦେଲା ମଜବୂର, 

ଭୂଲ ମାନିବାରେ ମନା କରିବିନି, 

ମାନୁଛି ମୋ ମହା ଭୂଲ,

ତତେ ନ ପଚାରି ପାଇ ଥିଲି ଭଲ 

ହୋଇ ଯେବେ ମସଗୁଲ, 

ସତ କହି ପଛେ ପାଇଯାଏ ଫାସୀ, 

କରୁଛି ଆଜି ମୁଁ କବୂଲ!

ପ୍ରଥମ ଦେଖାରେ ଆସମାନ ତାରା, 

ସାଜି ଥିଲା ମେହଫିଲ, 

ସାହାନାଇ ସୁରେ ଫଗୁଣ ଆସିଲା, 

ବନିଗଲି ମଶହୂର, 

ହଜାରେ ସମୁଦ୍ର ତେର ନଈ ପାରି 

ସାଜିଥିଲି ମେହବୁବ, 

ଭିଜୁଚି ବସନ୍ତ, ଫେରୁଚି ଫଗୁଣ, 

ଏଇ ବୋଧେ ଦସ୍ତୂର, 

ଝରା ଶ୍ରାବଣ ଯେ ଝରିଯିବା ପାଇଁ, 

କହ କିଏ ବେକସୁର, 

ଗଂଗ ଶିଉଳିର ବୟସ ଦେହରେ, 

କରୁଛି ଆଜି ଏ କବୂଲ! 

କା ଧରିବାକୁ, ମାଗିଥିଲି ଯେବେ 

ତୋ ମେହେନ୍ଦି ମଜାକସ ସାୟା, 

ବୁଡୁ ଥିବା ଲୋକ ଧରିଥିଲା କୁଟା, 

ସାକ୍ଷୀ ଏ ଜୀନେକି ରାହା, 

ଆଖିଏ ସପନ, ହଜାରେ ଖୁହାଇସ, 

ଥାଏ ଯେବେ କାହା ପାଇଁ, 

ସେଇ ଖୁସି ଯେବେ ନମିଳିଲା ନାଇଁ, 

ଅଭିଯୋଗ ମୋର ନାହିଁ!

ଭଲରେ ଥା'ତୁ ତୋ ଇଲାକାରେ, 

ଏଇ ମୋର ଗୁଲଜାଇସ, 

ସେଇ ଖୁସି ଯେବେ ନ ପାଇଲି ନାଇଁ, 

ଅନୁତାପେ ଅବଶୋଷ! 

ସଜା ପାଇବାକୁ ମାଗୁଛି ମଂଜୁରୀ, 

କରି ଦେ ତୁ ମଂଜୁର,କରି ଦେ ତୁ ମଂଜୁର ! 

ତତେ ନ ପଚାରି ପାଇଥିଲି ଭଲ 

କରି ଥିଲି ଯେ କସୁର, 

ସଜା ପାଇବାକୁ, ମାଗୁଛି ମଂଜୁରୀ, 

ସଜା ଦେଇଦେ ତୁ ଜରୁର, 

ଭଲ ପାଇବାର ଆଖୀର ମଂଜିଲ, 

କରୁଛି ଆଜି କବୂଲ!

କରୁଛି ଆଜି କବୂଲ!!

ସଜା ଦେଇ ଦେ ତୁ ବିଲକୁଲ

ସଜା ଦେଇ ଦେ ତୁ ହଜୁର!!!

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance