STORYMIRROR

Ramesh takri

Inspirational Others

3  

Ramesh takri

Inspirational Others

ଭୂଗୋଲକ

ଭୂଗୋଲକ

1 min
235


ଭୂ,ଅର୍ଥ ଭୂପୃଷ୍ଠ.  ଗୋଲକରୁ ଗୋଲ

    ଯାହା ନାମ ଭୂଗୋଲକ

ଭୂପୃଷ୍ଠେ ଯା'ଅଛି   କରାଏ ଚିହ୍ନଟ

    ଭୂଗୋଲକ ଚାରିପଟ ।


ପୃଥିବୀ ଆକାର   ଅଟେ ଗୋଲାକାର

    ଚେପ୍ଟା ଦୂଇ ମେରୁ ତା'ର

ଭୂଗୋଲକ ଦେଖି   ଜାଣିବାକୁ ହୁଏ

    ଏ ପୃଥିବୀର ଆକାର ।


ସୂର୍ଯ୍ଯ ଚାରିପଟେ   ନବ ଗ୍ରହ ଘୂରେ

    ପୃଥିବୀ ତୃତୀୟ ଗ୍ରହ

ଜୀବ ଜଗତର   ବାସସ୍ଥାନ ଏହା

    ବାୟୁଥାଏ ଜଳ ସହ ।


ପୃଥୀବୀର ଏକ.  କ୍ଷୁଦ୍ର ପ୍ରତି ରୂପ

    ଭୂଗୋଲକ ନାମ ତାର

ପୃଥିବୀରେ ଯାହା&n

bsp;  ରହିଅଛି ତାହା

    ସବୁ ହୁଏ ଜାଣିବାର ।


ଦେଶ ମହାଦେଶ   ନଦୀ ଗିରି ବନ

     ସାଗର ମହା ସାଗର

ତିନି ଭାଗ ଜଳ   ଏକ ଭାଗ ସ୍ଥଳ

    ସୃଷ୍ଟି ଏହି ପୃଥିବୀର ।


ଜୀବ ଜଗତ ଓ   ଉଦ୍ଭିଦ ଜଗତ

    ପୃଥିବୀରେ ଅଛି ରହି

ନର ପଶୁ ପକ୍ଷୀ   କୀଟ ତରୁ ଲତା

    ସଭିଙ୍କୁ ଆଶ୍ରୟ ଦେଇ ।


ଏ ଧରାଧମରରେ   ଶ୍ରେଷ୍ଠ ପ୍ରାଣୀ ରୂପେ

    ମଣିଷ ଜନମ ହୋଇ

ଏହି ପୃଥିବୀକୁ   ଭୂଗୋଲକ ରୂପେ

    ନାମ କରଣ କରଇ ।

    


Rate this content
Log in

Similar oriya poem from Inspirational