STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭୂଗୋଲକ

ଭୂଗୋଲକ

1 min
166


ବିଚିତ୍ର ବ୍ରହ୍ମାଣ୍ତ

ଭୂଗୋଲକର

ଅବସ୍ଥିତି ସୀମା ରେଖା

ବିଚିତ୍ରମୟ 

ତିନିଭାଗ ଜଳ ଏକଭାଗ

ସ୍ଥଳ ଅତ୍ଯନ୍ତ ଆକର୍ଷଣୀୟ

ଜଳଭାଗ ପଞମହାସାଗର

ସ୍ଥଳଭାଗ ସପ୍ତ ମହାଦେଶ

ନାମରେ ବିଦିତ

ଜଳଭାଗରେ ବିଭିନ୍ନ ସ୍ରୋତ

ସ୍ଥଳଭାଗରେ ଅନେକ ଦେଶ

ମହାଦେଶ ତନ୍ମଧ୍ୟରେ ପ୍ରକୃତି 

ରାଣୀ ଗନ୍ତାଘର

ଗୋଟିଏ ଦେଶ ସହ

ଅନ୍ୟ ଦେଶ ସ୍ଥଳପଥ

ଜଳପଥ ଆକାଶ ପଥ

ସହ ଯୋଡିତ

ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ

ଯିବା ଆସିବା ସୁଗମ

ଆମଦାନୀ ରପ୍ତାନୀ ପ୍ରକ୍ରିୟା

ସୁଚାରୁ ରୂପେ ପରିଚାଳିତ

ତନ୍ମଧ୍ୟରେ ଅକ୍ଷାଂଶ

ଦ୍ରାଘିମା ପରିକଳ୍ପିତ

ତତ୍ ସଙ୍ଗେ ସଙ୍ଗେ

ଭୂଗୋଲକ ର ଉପରିଭାଗ

ଉତ୍ତର ଗୋଲାର୍ଦ୍ଧ

ରୂପେ ପରିକଳ୍ପିତ

ଭୂଗୋଲକ ରେ ରଙ୍ଗ

ଅନୁଯାୟୀ ଚିହ୍ନଟ

କରାଯାଏ ସବୁଜ ସମତଳ

ଅଞ୍ଚଳ ନୀଳରଙ ଜଳଭାଗ

ମାଟିଆ ପର୍ବତ ରୂପେ ଚିହ୍ନିତ

ବିଭିନ୍ନ ରଙ୍ଗ ର ସମାହାର ରେ

ଗୋଲାକାର ଭୂଗୋଲକ

ଚିତ୍ର ବିଚିତ୍ରର ସମାହାର

ମନ ମୋହନୀୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational