STORYMIRROR

Bijay Prusty

Fantasy

3  

Bijay Prusty

Fantasy

ବହୁମୂଲ୍ୟ ପ୍ରେମ

ବହୁମୂଲ୍ୟ ପ୍ରେମ

1 min
27K


ତୁମରି ପ୍ରୀତିର ମଧୁର ନିଶାରେ

ଝୁମୁଛି ମୁଁ ରାତି ଦିନ

ତୁମରି ପାଇଁକି ନିତି ନିତି ଦେଖେ

ପ୍ରୀତିର ନନ୍ଦନ ବନ ।

ନନ୍ଦନ ବନର ପାରିଜାତ ଶୋଭା

ତୁମେ ତ ମହକ ତାର

ତୁମରି ପାଇଁକି ବିଧାତା ଗଢିଛି

ସୁନ୍ଦର ସରଗପୁର ।

ସରଗପୁରର ନୀଳପରୀ ତୁମେ

କେତେ ଯେ ଆଖିର ତାରା

ଉଛୁଳା ନଈର ପ୍ରୀତିଧାରା ତୁମେ

ଦିଅନି କାହାକୁ ଧରା ।

ସରଗୁ ଓହ୍ଲାଇ ଆସିଲ ମୋ ପାଇଁ

ସାଜିଲ ଗୋଲାପ ପରୀ

ଅପହଞ୍ଚ ନୁହଁ ତୁମେ ଗୋ ମୋ ପାଇଁ

ପାରେନା ତୁମକୁ ଧରି ।

ପ୍ରୀତିର ଆବେଗେ ତୁମରି ପାଇଁକି

ହୃଦୟେ ତୋଳିଛି ଘର

ଆସ ପ୍ରିୟତ୍ତମା ମର୍ତ୍ତେ ଗଢିଦେବି

ତୁମ ପାଇଁ ସ୍ୱର୍ଗପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy