STORYMIRROR

Kabiratna Nutan Kumar Behera

Tragedy Action Thriller

3  

Kabiratna Nutan Kumar Behera

Tragedy Action Thriller

ଭୁଲି ହୁଏନା

ଭୁଲି ହୁଏନା

1 min
151

ଭୁଲି ହୁଏନା ତୁମର ସେ ମିଛ ବାହାନା ପ୍ରତାରଣା

କଲିଜାର ଦୁରାରୋଗ୍ୟ ଘା' ହୋଇ ଦିଏ ଯନ୍ତ୍ରଣା

ହଜିଛି ମୋ ଜୀବନର ଲକ୍ଷ୍ୟ ଓ ଠିକଣା

ତୁମେ ଗଲା ପରେ ଚାଲିବାକୁ ହୁଏଁ ମୁଁ ବାଟବଣା

ମନେ ପଡ଼େ ତୁମେ ଦେଇଥିବା ସେ ଲାଞ୍ଛନା

ଝରୁ ନାହିଁ ଆଉ ମୋ ହୃଦୟରୁ ପ୍ରେମର ଝରଣା

ହସୁ ନାହିଁ ଆନନ୍ଦ ଉଲ୍ଲାସରେ ଘରର ଅଗଣା

ପୁନେଇଁ ଜହ୍ନର ସ୍ନିଗ୍ଧ ରୂପେଲି ଜୋଛନା

ଭଲ ଲାଗେନା ବିଛାଡ଼ି ପଡ଼ୁଥିଲେ ବି ଚୁନା ଚୁନା

ଫିକା ଫିକା ଲାଗେ ସବୁ ରଙ୍ଗ ଆଉ ବାସ୍ନା

ବୁଡ଼ିଯାଏ ହଜିଯାଏ ମୋ ଚିନ୍ତା ଚେତନା

ତୁମକୁ ଭୁଲି ବି ସେ ଦୁଃଖଦ ଅତୀତ ଭୁଲି ହୁଏନା

ଭୁଲି ହୁଏନା ସେ ସବୁ ଅଶ୍ରୁଳ ଇତିହାସ

କାରୁବାକୀର ରୂପ ଲାବଣ୍ୟରେ ହୋଇ ବଶ

କଳିଙ୍ଗ ଯୁଦ୍ଧରେ ଘଟିଲା ଯା' ବିଭତ୍ସ

ପ୍ରେମ କରିବା ଯଦିଓ ନ ଥିଲା ପାପର ପ୍ରକାଶ 

ଅନେକଙ୍କ ହୃଦୟରେ ନଥିଲା ଭରସା କି ବିଶ୍ଵାସ 

ସେ ପ୍ରେମକୁ ସ୍ଵୀକାର ନକରିବାରୁ ବଢିଲା ଆକ୍ରୋଶ

ବିଭୀଷିକାମୟ ଯୁଦ୍ଧରେ ହେଲା ସର୍ବନାଶ

ଦେଢ଼ ଲକ୍ଷ ଆହତ ଲକ୍ଷେ ହେଲେ ନିହତେ ନିଃଶେଷ 

ସେମିତି ମୋର ଲକ୍ଷ ଲକ୍ଷ ଆଶା ସ୍ବପ୍ନ ହେଲା ଧ୍ଵଂସ 

ପରିତାପରେ ଚଣ୍ଡାଶୋକ ସିନା ହେଲେ ଧର୍ମାଶୋକ

ମୁଁ କିନ୍ତୁ କରୁଛି ଆଜି ଯାଏଁ କେବଳ ଅବଶୋଷ 

ଅହରହ ହୁଏ ଅଣନିଃଶ୍ବାସୀ ପକାଏ ଦୀର୍ଘନିଶ୍ଵାସ

ହୃଦୟର ହେଉନାହିଁ ପରିବର୍ତ୍ତନ ହୁଏ ବିବଶ

ଦୂର ହେଉନାହିଁ ମନ ପ୍ରାଣରୁ ସେ ଶୋକ ଅଶେଷ 

ପ୍ରାୟଶ୍ଚିତ କରିବାରେ ସରି ସରି ଯାଏ ଆୟୁଷ

ସବୁ ସମୀକ୍ଷା କରି ତୁମକୁ ଦେଲେ ବି ମୁଁ ଦୋଷ  

ଭାଗ୍ୟ ମୋର ବଦଳେ ନାହିଁ ରହେ ଉଦାସ

ଦୁନିଆଁ ମୋତେ କରୁଛି ଆଜି ବିଦ୍ରୁପେ ଉପହାସ

ମଳିନ ମୁହଁର ଓଠରୁ ଝଲସି ଉଠୁ ନାହିଁ ଆଉ ହସ 

ବିଗତ ଦିନର ତୁମ ଭୁଲ୍ ବୁଝାମଣା ଭୁଲି ହୁଏନା

ଆଖିରେ ନାହିଁ ସ୍ବପ୍ନ ଆଗକୁ ନାହିଁ ସମ୍ଭାବନା

ଜୀବନକୁ ଜର୍ଜରିତ କରେ ଖାଲି ଅସହ୍ୟ ବେଦନା

ଅଙ୍ଗେନିଭା ମର୍ମଘାତୀ ଅନୁଭବ ଭୁଲି ହୁଏନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy