Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajendra Giri

Tragedy

5.0  

Rajendra Giri

Tragedy

ଭୁଲ

ଭୁଲ

1 min
123


ଭୁଲ କ'ଣ ଭୁଲେଇ ପାରେ ମନକୁ

କ'ଣ ଦୂରେଇ ଦେଇ ପାରେ

ମୋ ହୃଦୟ ଭିତରୁ ତୁମକୁ ।

ବାସ୍ତବିକ, ଭୁଲ ତୁମେ କେତେ ସୁନ୍ଦର

ଅଚିହ୍ନା ଇଲାକା ଦେଇ ଯେବେ ଯାଅ

ଚିହ୍ନେଇ ଦେଇ ଯାଅ ମନତଳର ଜହର ।

ଭୁଲକୁ କରି ଅତି ଆପଣାର

ଅଶାନ୍ତ ଜୁଇରେ କୁହୁଳି

ମନରେ ଖେଳେ ଶାନ୍ତି ଫଗୁଣର ଜୁଆର ।

ଜାଣିନାହିଁ କେହି, ତୁମେ କେତେ ସରଳ

ଅମୂଲ୍ୟ ରତନଟେ ତୁମେ 

ସଂସାରେ ଯେ ବିରଳ ।

ଭୁଲକୁ ଭଲପାଏ କରି ଆଦର 

ଠିକ୍ କ'ଣ ଖୋଜି ଖୋଜି 

ସମାଜରେ ହୋଇଯାଏ ସାତ ପର ।

ମିଛରେ ସଜାଇ ଚୋରାଇ ନିଅ ଯାହାକୁ 

ବାଟବଣା କରି ପକାଇଦିଅ

ହରାଇବାର ସତ ପ୍ରହେଳିକା ପଛକୁ ।

ଭୁଲ କଣ ଭୁଲେଇ ପାରେ ଅତୀତକୁ

ବର୍ତ୍ତମାନର ସ୍ବପ୍ନ ଦେଖୁ ଦେଖୁ 

ଲିଭାଇ ପାରେ କ'ଣ ଆପଣା ଲୋକର ଚିତ୍ରକୁ ।

ଜୀବନ ସଂଗ୍ରାମେ ଭୁଲକୁ କରି ନିଜର 

ଆଶାତୀତ ଭାବେ ଓଲଟାଇ ଦେବି 

ଭୁଲର ଫର୍ଦ, ମୋ ଜୀବନ ବହିର ।


Rate this content
Log in

Similar oriya poem from Tragedy