STORYMIRROR

Er Subhransu Kumar Behera

Tragedy

4  

Er Subhransu Kumar Behera

Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
190

ତୁମ ସ୍ମୃତିର ମରମ ସ୍ପର୍ଶ

ଅହେତୁକ ଅନୁଭବେ

ଅକ୍ଳେଶରେ ବେଦନାର 

ବାସି ଫୁଲ ଫୁଟିଯାଏ ,

ପୁଣି କେବେ ...

ଆତୁର ମଳୟଟା

କଙ୍କାଳର ପଞ୍ଜରାକୁ

ଶିହରାଇ ଦେଇଥାଏ ।

ଏଇ ଅଳପ ଚିହ୍ନାରେ ...

କେତେ ସରଳ ତୁମେ

ଭାବୁଥିଲି ଏମିତି ବି 

ଏତେ ଭାଗ୍ୟ କାର ଥାଏ ,

ତୁମ ଅଳ୍ପ କଥା 

ବେଶୀ ନିରବତା

ଜାଣ ଅବା ଜୀବନ ଦର୍ଶନ

ମନେ ମନେ ଭାବୁଥାଏ ।

କିଛି ଦିନ ହେଲା ପରେ

ସ୍ଵପ୍ନ ଯେ ଆସିପାରେ

ଅଭିଭୁତ କରିପାରେ

ପୁଣି ସଂକ୍ଷିପ୍ତ ଦେଖାରେ ,

ସଂପର୍କର ଡଙ୍ଗାଟିଏ

ବିଶ୍ଵାସର ଆହୁଲାରେ

ଚାଲୁଥିଲା ସମୟର 

ଅକାତ ଗଭୀରେ ।

ଏ କୂଳରୁ ଅନେକ ଦୂର

ଚାଲିଗଲା ପରେ ...

ସ୍ପଷ୍ଟ ଅନୁଭବ ଦିନେ

କାହିଁକି ଯେ ଅସ୍ପଷ୍ଟ ଦିଶିଲା ,

ଯେବେ ସେ କହିଲା -ଏ ପାଗଳ...

ପୁଣିସାଥୀ , ଜୀବନ ସାଥୀରେ

ପ୍ରଭେଦକୁ ଅନାୟାସେ

ସ୍ମିତ ହସି ଜଣାଇଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy