ଭୁଲ ଭାବିବନି ମୋତେ
ଭୁଲ ଭାବିବନି ମୋତେ


ତମରି ବାଟକୁ ଅନାଇ ବସିଲି
ପାଇଲିନି ତୁମ ଦେଖା
କଥା ଦେଇ ଥିଲ ଆସିବ ତ ଫେରି
କଲ କାହିଁ ଅଣ ଦେଖା ।
କେଉଁ ଦୋଶେ ମୁହିଁ ହେଲି ବଡ଼ ଦୋଷୀ
ଦେଲ ଏତେବଡ଼ ସଜା
ସ୍ୱାର୍ଥ ହୀନ ପ୍ରେମ କରୁଥିଲି ବୋଲି
ପାଇଗଲି ବଡ଼ ଧକା ।
ତମେ କରୁଥିଲ କେତେ ପାଗଳାମୀ
ସହୁଥିଲା ଏହି ଦେହ
ଆଜି ଭୁଲି ଗଲ ପୁରୁଣା ଦିନକୁ
ଭାବିଲେ ଲାଗୁଛି ଭୟ ।
ନଦୀର ପଠାରେ ବାଲି ଘର ତୋଳି
ଦେଖୁ ଥିଲ କେତେ ସ୍ୱପ୍ନ
ତମେ କହୁଥିଲ ସେହି ଘରେ ଆମ
ରହିବ ଦୁଇ ଜୀବନ ।
କେତେ ଆଶା ଥଲା ଏହି ମୋର ମନେ
କରିଦେଲ ସବୁ ଚୁନା
କଳଙ୍କିନି ସାଜି ଛିଡା କରି ଦେଲ
ହସିବା ମୋ ପାଇଁ ମନା ।
ଆଖିର ଲୁହକୁ ଓଠରେ ଚାପି ମୁଁ
କରୁଛୁ ଦୁଃଖ ସଉଦା
ପାପର ହିସାବ କାହାକୁ ଦେବି ମୁଁ
କିଏ ବା କରିବ ଶ୍ରଦ୍ଧା ।
ଆଖି ବୁଜି ଦେବି ସତ ମୁ କହୁଛି
ଆଉ ତ ପାରୁନି ସହି
ବହୁତ ଦିନ ମୁଁ ଅପେକ୍ଷା କରିଲି
ତମେତ ଫେରିଲ ନାହିଁ ।
ଭୁଲ ଭାବିବନି ମୋତେ ତୁମେ ସାଥି
ଆଜି ଯାଉଛି ତମଠୁ ହଜି
ମୋହରି ସାଥିରେ ଯାହାବି କରିଲ
ଆଉ କାହାକୁ ଦେବନି ଠକି ।
ରହି ପାରିଲାନି ତନୁ ମନ ମୋର
ଜଳିଲା ପ୍ରତି ମୁହୂର୍ତ୍ତେ
ଏତିକି କହି ମୁଁ ବିଦାୟ ନେଉଛି
କ୍ଷମା କରିଦେବ ମୋତେ ।