STORYMIRROR

pratap nayak

Inspirational Others

3  

pratap nayak

Inspirational Others

ଭସେଇ ଦେଲି ଡଙ୍ଗିଟିଏ

ଭସେଇ ଦେଲି ଡଙ୍ଗିଟିଏ

1 min
12.1K


ଭସେଇ ଦେଲି ଡଙ୍ଗିଟିଏ

ପାନ ଗୁଆ ଥୋଇ

ଥରୁଥୁରୁ ଶେଷ କାର୍ତ୍ତିକରେ.....।

ଯା’ ବୁଲିଆ ଅନୁକୂଳ ପାଗରେ

ଜାଭା ସୁମାତ୍ରା ବାଲି ଦ୍ୱୀପ

ବାଣ୍ଟି ଆସ ପଳପଳ

ସତ୍ୟ ଶାନ୍ତି ଦୟା କ୍ଷମା...!

ଯେମିତି ବାଣ୍ଟୁଥିଲ

ଲବଙ୍ଗ ଗୁଜୁରାତି ଜାଇଫଳ ଡାଲଚିନି

ମସଲା ନାମରେ

ବାଣିଜ୍ୟ ଆଳରେ.....।

ବୋହି ଆଣ କୂଢକୂଢ ଆୟୁଷ

ପୃଥିବୀର ପର ପିଢି ପାଇଁ

ଯେପରି ଆଣୁଥିଲ

ମଣି ମୁକ୍ତା ହୀରା ମୋତି ଇନ୍ଦ୍ରନୀଳମଣୀ....।

ଡଙ୍ଗିଲୋ

ଏମିତି ଭାବ ଲଗେଇ ଥା

ପିଢି ପରେ ପିଢି

ପବିତ୍ର ମାସଟା

ପବିତ୍ରତା ଭରିଦଉ ପ୍ରାଣରେ ମନରେ...

ଶିତୁଆ ରାତିରେ ଉଜାଗର ହେଇ

ଭସେଇଲି ତତେ

ଭରି ଦେଇ ସ୍ପନ୍ଦନ ମୋହର

ଦ୍ଵୀପଟିଏ ଜାଳି.....।

Pratap Nayak


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational