Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Fantasy

3  

Santanu kumar Meher

Fantasy

ଭରସା

ଭରସା

1 min
148



ଚତୁର୍ଦିଗ ବ୍ୟସ୍ତତାରେ ପୁଣି

ଭସା ଭସା ମେଘ ସନ୍ଧିରେ ବରଷା ।

ଦୁନିଆଁ ଚେଇଲାଣି ବୋଧେ,

ମନରେ ଭର୍ତ୍ତି ଅହେତୁକ ଆଶା ।।୧।।


ତୋ ପାଇଁ ବଦଳେ ପ୍ରକୃତି,

ପୃଥିବୀର ଚେହେରା ପୁଣି ନକ୍ସା ।

ପେଟକୁ ଦାନା ସଞ୍ଚିବାକୁ

ସଜ ବାଜ ହେଲାଣି ପୁଅ ଚଷା ।।୨।।


ଅପସରିଗଲାଣି ଧରାରୁ ଗରମ

ପାଖେଇ ଗଲାଣି ପଖାଳ କଂସା ।

ଧରଣୀ ରାଣୀ ଏଠି ସବୁଜ ଶାଢୀରେ

ରଜବତୀ ପରେ,  ସେ ଦିଶେ ସରସା ।।୩।।


ଋତୁ ଗଲେ ଋତୁ ଆସେ ଧାଇଁ

ମୟୂରୀ ପୁଚ୍ଛ ମେଲି ନାଚେ ସହସା ।

ମାଟି ବାସେ ମହମହ-ଟିପିଟିପି ବର୍ଷାରେ,

ପଶୁପକ୍ଷୀ ଖେଳନ୍ତି ଆନନ୍ଦେ,ସଜାଡ଼ିବାକୁ ବସା ।।୪।।


କ୍ଷେତ ବିଲ ନାଳ ପୁଣି ପୋଖରୀ ନଈ

କୁଳ ଖାଇଯାଏ। ଆସି ବରଷା ।

ସଜାଡି ହଳ ନଙ୍ଗଳ ବାଡ଼ି,

ଚାଷୀ ବାହାରିଯାଏ ବର୍ଷାକୁ କରି ଭରସା ।।୫।।



Rate this content
Log in

Similar oriya poem from Fantasy