STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଭରସା ଅଛି ବୋଲି ତ

ଭରସା ଅଛି ବୋଲି ତ

1 min
11.2K

ଘଟଣା କେବେ ଅନାହୁତ 

କେବେ ଅପ୍ରତ୍ୟାଶିତ 

ଅବା ପୂର୍ବ ପରିକଳ୍ପିତ 

ସବୁଥିରେ ତମରି ହାତ 

ହାତ ନାହିଁ ବୋଲାଇ 

ସେ ଦୋଷମୁକ୍ତ 

ପୁଣି ବଢ଼ାଇ ସେଇ ହାତ 

କେତେ ଲୀଳା, ପ୍ରଣାମ ଜଗନ୍ନାଥ 

ପାଖେ ଥିଲେ କେତେ ପ୍ରମାଣ ପତ୍ର 

ପର୍ଯ୍ୟାପ୍ତ ଥାଇ ନିକଟ ଭବିଷ୍ୟତ 

ତଥାପି ଆସ୍ବସ୍ତତା ମିଳେନା 

କାହିଁକି କୁହତ 

ସବୁବିପଦରେ ତମକୁ ଏତେ ଦଣ୍ଡବତ 

କିଏ ଅଟକାଇଛି ଯେ 

ତମର ବାର ମାସେ ତେର ଯାତ 

ତମେହିଁ ତମରି ନାଆଁ ରେ 

ହୋଇଯାଅ ଦୋଷମୁକ୍ତ 

ମନ ଫୁଲାଣିଆ ହସଧାରେ 

ଭାବିଛ କରିବ ବଶୀଭୂତ 

କୋଉ ନ ଭାବିକି ରହିଛ ଏପର୍ଯ୍ୟନ୍ତ 

ମୁଁ ଯାହା କହୁଛି ଲେଖୁଛି ବହୁତ 

ଶ୍ରୋତା କି ବକ୍ତା ନଜାଣି ହନ୍ତସନ୍ତ

ତମେ ଭରସା ଏକମାତ୍ର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract