STORYMIRROR

Birakishore Nayak

Inspirational

3  

Birakishore Nayak

Inspirational

ଭର୍ଚ୍ୟୁଆଲ ବିବାହ

ଭର୍ଚ୍ୟୁଆଲ ବିବାହ

1 min
340

ସମୟ ସାଥିରେ ମଣିଷ ଚାଲୁଚି

   ପଡ଼ିନାହିଁ କେବେ ଥକି,

ଯେତେବେଳେ ଯାହା ଆସିଛି ଜୀବନେ

   ଗ୍ରହିଛି ଅବସ୍ଥା ଦେଖି |


କେତେବେଳେ ଚାଲେ ପରମ୍ପରା ସାଥେ

   ସମାଜ ନିୟମ ମାନି,

ଆବଶ୍ୟକ ସ୍ଥଳେ ସାଲିସ କରି ସେ

   କରେ ସବୁ ଜାଣି ଜାଣି |


କରୋନା ଆସିଲା ସଂସାର ଦହିଲା

   ସବୁ କଟକଣା ହେଲା,

ସଂସାରର ଯେତେ ଧର୍ମ କର୍ମ ସବୁ

   ଭୟେ ବନ୍ଦ ହୋଇଗଲା |


ବ୍ରତ ବିହାଘର ହୋଇ ପାରିଲାନି

   କରୋନା ସାଜିଲା ବାଧା,

ସବୁଦେଶେ ସବୁ ପ୍ରକାର ଅଙ୍କୁଶ

   କାମକୁ ରଖିଲା ଅଧା |


ବର୍ଷେ ପୁରିଗଲା ଗଲାନି କରୋନା

   ପ୍ରତୀକ୍ଷା କରିବେ କେତେ,

ବିବାହ ନିମିତ୍ତ ଅନ୍ୟ ଏକ ପନ୍ଥା

   ଆଦରିଲା ବାଧ୍ୟ ମତେ |


ଇଣ୍ଟରନେଟର ସହଯୋଗ ନେଇ

   ଚାଲିଲା ବହୁ ଆସର,

ବିବାହ ବନ୍ଧନ ପାଇଁ କୁହାଗଲା

   ଭର୍ଚ୍ୟୁଆଲ ବିହାଘର |


ବିଭିନ୍ନ ଦେଶରେ ଚାଲିଲା ବିବାହ

   ଗୁଗୁଲର ସାହାଯ୍ୟରେ,

ରହିଲାନି ଭୟ ଆଉ କରୋନାର

   ନବ ଦମ୍ପତ୍ତିଙ୍କ ଘରେ |


ଏଥିପାଇଁ ସବୁ ବନ୍ଧୁ ସାଙ୍ଗସାଥି

   ନେଟ ଯୋଗେ ନିମନ୍ତ୍ରିତ,

ଯଥା ସମୟରେ ନିଜ ଘରେ ବସି

   ହେବ ସବୁ ସମାହିତ |


ବାହାଘର ବେଳେ ଟି.ଭି. ପରଦାରେ

   ପରସ୍ପରେ ଭେଟାଭେଟି,

ଭାବର ଆଦାନ ପ୍ରଦାନ ସହିତ

   ଆଶୀର୍ବାଦ ହୁଏ ଗୁନ୍ଥି |


ଏହି ପ୍ରକାରର ବିବାହ ବନ୍ଧନେ

   ଅନୁଲେଖ ଏକା ସାକ୍ଷୀ,

ଭବିଷ୍ୟତେ କେହି ଦୁହିଁଙ୍କ ମଧ୍ୟରୁ

   ପାରିବେନି ଆଉ ଠକି |


ବିଭିନ୍ନ ଦେଶରେ ମିଳିଛି ସ୍ୱୀକୃତି

   ଏମିତି ବିବାହ ପାଇଁ,

ସରକାର ମଧ୍ୟ ପ୍ରମାଣ ରଖନ୍ତି

   ପ୍ରମାଣ ପତ୍ରଟେ ଦେଇ |



Rate this content
Log in

Similar oriya poem from Inspirational