STORYMIRROR

Anupama Sahu

Abstract

3  

Anupama Sahu

Abstract

ଭର୍ଚୁଆଲ୍ ବିବାହ

ଭର୍ଚୁଆଲ୍ ବିବାହ

1 min
385


(ରାଗ-ଶଙ୍କରା ଭରଣ)

॥୧॥

ପ୍ରକୃତି ସହ ପୁରୁଷ 

ହୋଇବ ମିଳିତ

ଯଉବନପ୍ରବେଶିଲେ

ସ୍ୱୟଂବୟଃପ୍ରାପ୍ତ

ପ୍ରେମ ହୃଦେଜାତ ହେବ,

ବିପରୀତ ଲିଙ୍ଗ ପ୍ରତି ଆକର୍ଷଣଭାବ ॥ 

॥୨॥

ବିଶେଷଭାବେ ବହନ 

କରିବା ଦାୟୀତ୍ଵ

ନାରୀକୁ ପୁରୁଷ ପାଳେ

ସଂସାର ନିମିତ୍ତ ।

ନାରୀ ସନ୍ତାନ ଜନ୍ମାଏ,

ପୁରୁଷ ନାରୀ ମିଳନେ

ବଂଶବୃଦ୍ଧି ହୁଏ ॥

॥ ୩॥

ଦେବ ମାନବ ଅସୁର

ଗାନ୍ଧର୍ବ ବିବାହ,

ଆସିଛି ଏବେ ନୂତନ

ଭର୍ଚୁଆଲ ବିବାହ,

ମାଟ୍ରିମୋନି ବିଜ୍ଞପ୍ତିରେ,

ବରକନ୍ୟା ବଛାବଛି

ନିଜ ପସନ୍ଦରେ ॥

॥୪॥

ୱେବ୍ ସାଇଟ୍ ରେ ସର୍ଚ୍ଚକରି

ନାମ ପଞ୍ଜିକୃତ,

କଲେ ମିଳିଯିବେ ପାତ୍ର 

ପାତ୍ରୀ ଶତଶତ,

ପ୍ରଥମରେ ଆବେଦନ ,

ଫିଜ୍‌ ଭରି ବାୟୋଡାଟା 

କରିବେ ପ୍ରଦାନ ॥

॥ ୫॥

ଜନ୍ମ ବୃତ୍ତି ଶିକ୍ଷାଗତ 

ଯୋଗ୍ୟତା ପୂରଣ,

ଚାର୍ଟ କରି ପାତ୍ର ପାତ୍ରୀ

କରିବେ ଚ଼ୟନ,

ପୁଅ ପୁଅ ଝିଅ ଝିଅ ,

ମନଇଚ୍ଛା କରନ୍ତି

ଭର୍ଚୁଆଲ୍ ବିବାହ ॥

॥୬॥

ବରକନ୍ୟା ଦୁଇ ପକ୍ଷ 

ଜଣେ ଜଣେ ସାକ୍ଷୀ,

ନିର୍ଦ୍ଧାରିତ ଦିବସରେ

ସଙ୍ଗେ ଥିବେ ରଖି,

ଅନ ଲାଇନ୍‌ କଲ୍‌ କରି,

ସ୍ଵୀକୃତି ପାଇ ବିବାହ

କାର୍ଯ୍ୟ ଦେବେ ସାରି ॥

॥ ୭॥ 

ସମଲିଙ୍ଗୀ କି ଅସମ

ଲିଙ୍ଗୀ ସାଥିବାଛି,

ଉଚ୍ଚତମ ନ୍ୟାୟାଳୟ

ବୈଧତା ଦେଇଛି,

କଣ୍ଟାକ୍ଟ ମେରେଜ ପରି,

ଭାଲିଡିଟି ଥିବରହି 

ନିତୀ ସରକାରୀ ॥

॥୮॥

ନିରାପତ୍ତା ଅଛି ଶତ

ପ୍ରତିଶତ ବୋଲି,

ସରକାରୀ ପ୍ରାଇଭେଟ

ସଂସ୍ଥା କୁହେ ବୁଲି 

ଡକୁମେଣ୍ଟ ସୁରକ୍ଷିତ,

ପ୍ରଚାର ପ୍ରସାର ହୁଏ

ଏ ବଡ ଅଦ୍ଭୂତ .. ॥

॥ ୯॥

ମନ ଯଦି ନ ମିଳିଲା

ଦିଅ ଡାଇଭୋର୍ସ,

ସଂସ୍ଥା ଲାଭବାନ ହୁଏ

ତୁଟିଲେ ବିଶ୍ୱାସ,

ଏ କଳିଯୁଗ କୌତୁକ

ରୋଚକ ରହସ୍ୟ ॥

॥୧୦॥

ସଂକ୍ରାମକ ବ୍ୟାଧିଗ୍ରସ୍ତ

ମାନବ ସମାଜ,

ଅଶ୍ରୁତ ଅପୂର୍ବ କାର୍ଯ୍ୟେ

ଅଦୃଶ୍ୟଟି ଲାଜ,

ପାଶ୍ଚାତ୍ୟ ଅନୁକରଣ,

କୁସଂସ୍କାର ମାନବ

ସମାଜେ ଦୁଷ୍ଟ ବ୍ରଣ ॥



Rate this content
Log in

Similar oriya poem from Abstract