ଭରଚୁଆଲ ବିବାହ
ଭରଚୁଆଲ ବିବାହ
ଫେସବୁକରେ ପ୍ରେମ ମୋ ହୋଇଛି
ବର ମୁଁ ଠିକ କରିଛି
ଅନଲାଇନରେ ଫଟୋ ଦେଖି ମୋର
ସିଏ ରାଜି ହୋଇ ଯାଇଛି ।
ଶାଶୁ ଶଶୁର ମୋ ଭାରି ବୁଝିବାର
କରୋନା କାଳର କଥା
ଘରକୁ ଆସିଲେ କୁଣିଆ ମଇତ୍ରେ
ଭାରୀ ହେବ ମୁଣ୍ଡ ବ୍ୟଥା ।
ସେଥିପାଇଁ ସିଏ ପୁଅ ବାହାଘର
ଭରଚୁଆଲ ରେ କରିବେ
ସଭିଏଁ ଆସିବେ ଅନଲାଇନରେ
ଆଶୀର୍ବାଦ ଟିଏ ଦେବେ ।
ଯାହା ଦେବା କଥା ବୋହୁକୁ ମୋର
ବ୍ୟାଙ୍କରେ ପୈଠ କରିବ
ଆକାଉଣ୍ଟ ଖୋଲି ଦେଉଛି ନାଁରେ
ଭବିଷ୍ୟତରେ କାମେ ଆସିବ ।

