ଭରଚୁଆଲ ବିବାହ
ଭରଚୁଆଲ ବିବାହ
କି ଥିଲା ଭାରତ କି ହୋଇଛି ଆଜି
ଭାବିଲେ ଘୂରଇ ମଥା
ବୈଦିକ ରୀତିର ବିଭାଘର ଛାଡ଼ି
ଭରଚୁଆଲ ବିଭା ପ୍ରଥା |
ବିବାହ ପବିତ୍ର ପୁଣ୍ୟ ପରମ୍ପରା
ଦେବପୀଠେ ସମାହିତ
ସ୍ୱର୍ଗରେ ଦମ୍ପତି ସଂଯୋଗୀକରଣ
ଶାସ୍ତ୍ରମତ ଅଭିହିତ |
ଭୁଲି ପରମ୍ପରା ନଷ୍ଟ ନାରୀନରା
ସ୍ମାର୍ଟ ଫୋନ ଧରି
ମେସେଜ ଚାଟିଂ ବାର୍ତ୍ତାଳାପ କରି
ପ୍ରେମ ପଥ ଅନୁସରି |
ନାହିଁ ଅନୁଧ୍ୟାନ ଶରୀର ଦର୍ଶନ
କୁଳ ଗୋତ୍ର ନିରୂପଣ
ପିତା ମାତା ଅବା ବାନ୍ଧବ ସ୍ୱଜନ
କାହାରି ଅନୁମୋଦନ |
ନାହିଁ ଲୋଡ଼ା ଶୁଭ ବିବାହ ବେଦିର
ବ୍ରାହ୍ମଣ ମନ୍ତ୍ର ପଠନ
ଲୋଡ଼ାନାହିଁ ଗାଡ଼ି ଘୋଡ଼ା ସାଜସଜ୍ଜା
ଭୋଜି ଭାତ ଆୟୋଜନ |
ପବନରେ ବାହାଘର ଦର୍ପଣରେ
ପ୍ରତିବିମ୍ବ ଦରଶନ
ଏପରି ସମ୍ପର୍କ କେତେ ଦୃଢ଼ୀଭୂତ
ବିଚାର କରନ୍ତୁ ମନ |
ନାହିଁ ସାମାଜିକ ନ୍ୟାୟିକ ସ୍ୱୀକୃତି
ନାହିଁ କେହି ଗ୍ୟାରେଣ୍ଟର
ଦାମ୍ପତ୍ୟ ଜୀବନ ନୁହଁଇ ଶୋଭନ
ଯୌନଭୋଗ ପ୍ରଧାନ୍ୟର |
ଏ ପଶୁ ପ୍ରବୃତ୍ତି ନାରକୀୟ ଗତି
ପ୍ରେମ ସଜ୍ଞା ପ୍ରତିହତ
ପାଶ୍ଚାତ୍ୟ ବେଭାର ହୃଦୁ ପରିହର
ସ୍ୱଧର୍ମେ ହୁଅ ଆସକ୍ତ |
