STORYMIRROR

Secret Superstar

Action Others

3  

Secret Superstar

Action Others

ଭୋଟ ଦେଇ ଲାଭ କଣ ?

ଭୋଟ ଦେଇ ଲାଭ କଣ ?

1 min
240

ମୋ ଅସୁବିଧା ପାଇଁ ମୋ ଦୁଃଖ ପାଇଁ

ଏବେ ବି 

 କରିବାକୁ ଯଦି ପଡେ ମୋତେ ଆନ୍ଦୋଳନ 

 କୁହନା ତୁମେ

 ଭୋଟ ଦେଇ ଲାଭ ମୋ କ'ଣ ?

ମୋ ଦୁଃଖର କଥା ମୋ ଅନ୍ତର ବ୍ୟଥା 

 ବୁଝିବାକୁ ମୋ ପେଟର ଭାଷା 

 ବାଛିଥିଲି ମୁ ନେତା

 ରଖିପାରିବ ଯେ ସଭିଙ୍କ ପାଶେ 

 ମୋ ହୃଦୟର ଭାଷା 

 ମୋ ଅସୁବିଧା ପାଇଁ ମୋ ଦୁଃଖ ପାଇଁ

ଏବେ ବି 

 କରିବାକୁ ଯଦି ପଡେ ମୋତେ ଆନ୍ଦୋଳନ 

 କୁହନା ତୁମେ

 ଭୋଟ ଦେଇ ଲାଭ ମୋ କ'ଣ ?

 ଭୁଲ୍ ଥିଲା ମୋର

 ନା ଭୁଲ୍ କହେ ଗଣତନ୍ତ୍ର

ମୁ ବାଛିଥିବା ନେତା ଭୁଲି ମୋ ଦୁଃଖ ଦୁର୍ଦ୍ଦଶା 

 ମୋ ପାଶେ ଆସି

ବୁଝାଏ ବସି

 ତା ପାର୍ଟିର ନୀତି ଆଦର୍ଶ ଗାଥା 

 ଏପରି ଲାଗେ କାହିଁ 

 ନୁହେଁ ମୋ ପାଇଁ ସେ ତା ପାର୍ଟି ପାଇଁ 

ତା ପାର୍ଟି ହିଁ ତାର ଚୟନ କର୍ତ୍ତା 

ମୋ ଅସୁବିଧା ପାଇଁ ମୋ ଦୁଃଖ ପାଇଁ

 ଏବେ ବି 

 କରିବାକୁ ଯଦି ପଡେ ମୋତେ ଆନ୍ଦୋଳନ 

 କୁହନା ତୁମେ

 ଭୋଟ ଦେଇ ଲାଭ ମୋ କ'ଣ ।

ଏକ ସରଳ ନାଗରିକ ଭାବେ 

  ଜାଣିବାକୁ ମୋର ଏତିକି ଇଛା ଅଟେ 

  ବିଧାୟକ ଅବା ସାସଂଦ

  ଆମ ଦ୍ବାରା ନିର୍ବାଚିତ

  ଅବା କୋଉ ପାର୍ଟିର ପ୍ରେରିତ 

ତେବେ କିଛି ଯୋଜନା ପାସ୍ କରିବା ବେଳେ

  ପଚାରେନି କେବେ ଆସି

   ନିଜ ଜନତାଙ୍କ ମତ କଣ ସେଥିରେ

   ଏପରି ଲାଗେ କାହିଁ

   ଯେପରି ଗଣତନ୍ତ୍ର ଗଣତନ୍ତ୍ର ନୁହେଁ

   ଦଳତନ୍ତ୍ର ନାମଟି ତାହା 

 ମୋ ଅସୁବିଧା ପାଇଁ ମୋ ଦୁଃଖ ପାଇଁ

   ଏବେ ବି 

  କରିବାକୁ ଯଦି ପଡେ ମୋତେ ଆନ୍ଦୋଳନ 

   କୁହନା ତୁମେ

   ଭୋଟ ଦେଇ ଲାଭ ମୋ କ'ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action