Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Action

4  

Bijay Prusty

Action

ଭୋକର ଚିତ୍ର

ଭୋକର ଚିତ୍ର

1 min
367



ଦେଖୁଛି ତୁମର ତ୍ରିତଳ ପ୍ରାସାଦ

ରାସ୍ତାକଡେ ବସି ବସି

ତୁମ ରୋଷେଇର ମହ ମହ ବାସ୍ନା

ନାକେ ମୋ ବାଜୁଛି ଆସି I


ପେଟରେ ପଡିନି ଦାନା କଣିକାଏ

ହାଲିଆ ମୁଁ ଖଟି ଖଟି

ତୁମ ରୋଷେଇର ମହକରେ ମୋର

ଭୋକ ବଢିଯାଏ ବେଶି I


ତୁମେ କି ଭାବିଛ ଖୁସିରେ ରହିବ

ମୋ ଦୁଃଖକୁ ଦେଖି ଦେଖି

କେହି କଣ କେବେ ସୁଖରେ ରହଛି

ଅନ୍ୟକୁ ଦୁଃଖରେ ରଖି I


କେତେଦିନ ଆଉ ରହିବି ଏମିତି

ଏକଲୟେ ଥିବି ଚାହିଁ

ତୁମ ମଉଜକୁ ଦେଖି ଦେଖି ମୋର

ମୁଣ୍ଡ ମାରିଯାଏ ଝାଇଁ I


ତୁମ ଘରେ ନିତି ଖଟି ଖଟି ଦେଖ

ପେଟ ପୁରେନାହିଁ ମୋର

ସେଥିପାଇଁ ଭାବେ ତୁମ ବିରୁଦ୍ଧରେ

ଉଠାଇବି ମୋର ସ୍ୱର I


ସବୁ ନିଷ୍ପେସିତ ଦଳିତଙ୍କ ସ୍ୱରେ

କମ୍ପି ଉଠିବ ଏ ଧରା

ତୁମ ସୁଖଶିରୀ ମାଟିରେ ମିଶିବ

ଜାଗିଲେ ସର୍ବହରା I

        


Rate this content
Log in

Similar oriya poem from Action