STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ସାହିତ୍ୟ ଅନନ୍ୟ ସ୍ରଷ୍ଟା ହେ ମନୋଜ

ସାହିତ୍ୟ ଅନନ୍ୟ ସ୍ରଷ୍ଟା ହେ ମନୋଜ

1 min
245


ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା ହେ ମନୋଜ !

ନିତି ନିତି ଫୁଟି ମହକେ ତୁମ ସୃଜନୀର ପଙ୍କଜ

ତୁମେ ଚିର ବରେଣ୍ୟ ନମସ୍ୟ ଜାତିର ମାନସେ

ସ୍ମୃତି ତର୍ପଣ କରେ ତବ ତିରୋଧାନ ଏ ଦିବସେ

ଥିଲ ତୁମେ ଅପ୍ରତିଦ୍ଵନ୍ଦୀ ସାରସ୍ଵତ ସାଧକ

ବାଣୀ ସାଧନାର ଜଣେ ଅଗ୍ରଦୂତ ଦିଗଦର୍ଶକ

ଜନ୍ମି ଥିଲ ବାଗଦେବୀଙ୍କର ହୋଇ ବରପୁତ୍ର

ଥିଲା ତୁମର ବଳିଷ୍ଠ ବ୍ୟକ୍ତିତ୍ବ ଅମ୍ଳାନ ଚରିତ୍ର

କଲମ ମୂନରେ ବାଣୀ ଭଣ୍ଡାରକୁ କରିଛ ସମୃଦ୍ଧ

ଅକ୍ଳାନ୍ତ ଶ୍ରମ ସାଧନାରେ ଥିଲ ସଂକଳ୍ପବଦ୍ଧ

ତୁମେ କବି ଗାଳ୍ପିକ ଔପନ୍ୟାସିକ ପ୍ରାବନ୍ଧିକ

ଆଧୁନିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକ

୧୯୩୪ ଫେବୃଆରୀ ୨୭ ତାରିଖ ଶୁଭ ଲଗନେ

ଜନ୍ମିଥିଲ ବାଲେଶ୍ଵର ଜିଲ୍ଲାର ଶଙ୍ଖାରି ଗ୍ରାମେ

ପିତା ମଧୂସୂଦନ ମାତା କାଦମ୍ବିନୀ ଦେବୀ କୋଳେ

ଆସିଥିଲ ପରିପୂର୍ଣ୍ଣ କରିବାକୁ ଏ ଧରାଧାମେ

ଲଭିଛ ତୁମେ ବହୁ ଯଶ ଗୌରବ ଖ୍ୟାତି ସୁନାମ

ଅସାଧାରଣ ପ୍ରତିଭାରେ ତୁମେ ହୋଇଛ ଅନ୍ୟତମ

ବହୁ ସମ୍ମାନ ପୁରସ୍କାର ପାଇ ବଢ଼ାଇଛି ଗୌରବ 

ମାତୃଭୂମି ଲାଗି ଯା' ହୋଇ ରହିଛି ଅକ୍ଷୟ ବିଭବ 

କୃତିତ୍ବ ସହ ପାଇଛ ପଦବୀ ପଦ୍ମଶ୍ରୀ ପଦ୍ମଭୂଷଣ 

ତୁମ ନାମ ସ୍ମରଣରେ ଆସେ ନବ ଜାଗରଣ

ତୁମେ ଓଡ଼ିଆ ସାହିତ୍ୟ ଜଗତରେ ବିଷ୍ଣୁ ଶର୍ମା

ଅଳ୍ପରେ ବର୍ଣ୍ଣି ହୁଏ ନାହିଁ ତୁମର ଅନନ୍ୟ ମହିମା

ଛାଡ଼ି ଗଲ ବିଗତ ୨୦୨୧ ଅପ୍ରେଲ ୨୭ ତାରିଖେ

ଆଜି ବି ତୁମ ଲାଗି ଅଶ୍ରୁ ଢାଳି ଝୁରନ୍ତି ଓଡ଼ିଆ ଦୁଃଖେ

ଏ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଦେଇ କରୁଛି ପ୍ରଣାମ

ତୁମେ ଫେରି ଆସ ଉତ୍କଳେ ପୁଣି ନେଇ ଜନମ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract