STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଭୋକିଲା ପେଟ

ଭୋକିଲା ପେଟ

1 min
190


ପ୍ରଭୁଙ୍କର ମାୟା ବୁଝି ନ ହୁଅଇ 


ଧନୀ ଓ ଗରିବ ତହିଁ


କେହୁ ହୁଏ ଏଠି ଧନବାନ ଅତି


କେହୁ ଗରିବ ହିଁ ତହିଁ।୧।


ସମାନତା ନାହିଁ ମନୁଷ୍ୟ ମଧ୍ୟରେ


ଗରିବ ଧନୀଙ୍କ ଖେଳ,


ପୂର୍ବ କର୍ମ ଫଳୁ ଧନୀ ହୁଏ କେହୁ


କେହୁ ହୁଏ ହିଁ କାଙ୍ଗାଳ।୨।


ଭୋକିଲା ପେଟରେ ଶୁଏ କେହୁ ଜନ


କର୍ମକୁ ଆଦରି ନିତ୍ୟେ,


ଅମୂଲ୍ୟ ଅନ୍ନକୁ ଗ୍ରହଣ କରୁଛି


ମିଳିଛି ଭାଗ୍ୟ ହିଁ ସତେ।୩।


ପୂର୍ବ କର୍ମଫଳୁ ଏପରି ସଂଯୋଗ


ଶାସ୍ତ୍ର ବଚନ ହିଁ ଏହା,


କର୍ମଫଳୁ ହୁଏ ମନୁଷ୍ୟ ଜୀବନ


ଶାସ୍ତ୍ରରେ ବର୍ଣ୍ଣିତ ଏହା।୪।


ଶାସନ ହେଉଛି ବର୍ତ୍ତମାନ ଯୁଗେ


ଅନ୍ନରତ କଷ୍ଟ ନାହିଁ,


ଭୋକିଲା ପେଟ ହିଁ ନାହିହିଁ କାହାର


ଅପୂର୍ବ ଗୌରବ ତହିଁ।୫।


ଭୋକିଲା ପେଟର ଯନ୍ତ୍ରଣା ହିଁ ଅତି


ନ ହେଉ ଭାଗ୍ୟେ ହିଁ କାର,


ଭୋକିଲା ପେଟରେ ନ ଶୁଅନ୍ତୁ କେହୁ


ଯନ୍ତ୍ରଣା ହିଁ ଭୟଙ୍କର।୬।


କୃପାସିନ୍ଧୁ ପ୍ରଭୁ କୃପା ହିଁ ତାଙ୍କର


ଅପୂର୍ବ ଗୌରବ ଦେଲେ,


ଭୋକିଲା ପେଟର ଦୃଶ୍ୟ ଦିଶୁ ନାହିଁ


ଅନ୍ନ କଷ୍ଟ ଦୂର କଲେ।୭।


ସମଭାବ ମନ୍ତ୍ର ଗୁଞ୍ଜୁ ଅଛି ଏବେ


ସମାନ ସାହାଯ୍ୟ ହୁଏ,


ଭେଦଭାବ ପ୍ରର୍ଥା ସରି ଗଲା ଏବେ


ଏକତ୍ରିତ ମନ୍ତ୍ର ହୁଏ।୮।


ଜନକଲ୍ୟାଣରେ ଭେଦଭାବ ନାହିଁ


ଭ୍ରଷ୍ଟାଚାର ନାହିଁ ତହିଁ,


ସମାନ ଭାବରେ ମିଳୁଛି ସାହାଯ୍ୟ


ରାମରାଜ୍ୟ ପରି ତହିଁ।୯।


ଭୋକ ଅଭିଶାପ ନାହିଁ ହିଁ ଦେଶରେ


ଭୋକେ ନ ଶୁଅନ୍ତି କେହୁ


ଦେଶର ଗୌରବ ତହିଁରେ ନିହିତ


ଦୟା କଲେ ମହାବାହୁ।୧୦।


ଆତ୍ମନିର୍ଭରଟି ହେଉ ଅଛି ଦେଶ


ଆତ୍ମବିଶ୍ୱାସରେ ପୂର୍ଣ୍ଣ,


ନୂଆ ଇତିହାସ ଲେଖୁ ଅଛି ଭୂମି


ଅତିହିଁ ଗୌରବ ପୂର୍ଣ୍ଣ।୧୧।


ନିସ୍ବାର୍ଥର ମନ୍ତ୍ର ଗୁଞ୍ଜନ କରୁଛି


ଧର୍ମପଥଗାମୀ ସବୁ,


ସତ୍ୟପଥଗାମୀ ହେଉ ଛନ୍ତି ସର୍ବୈ


ଅହିଂସାର ମନ୍ତ୍ରେ ସବୁ।୧୨।


ପ୍ରଭୁଙ୍କର ମାୟା ବୁଝି ନ ହୁଅଇ


ଧନୀ ଓ ଗରିବ ତହିଁ,


କେହୁ ହୁଏ ଏଠି ଧନବାନ ଅତି


କେହୁ ଗରିବ ହିଁ ତହିଁ।୧୩।


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy